Breaking News

ଅର୍ଥମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଲେ ଜଗନ୍ନାଥପ୍ରସାଦ ସମିତିସଭ୍ୟ




ଭଞ୍ଜନଗର--ଜଗନ୍ନାଥପ୍ରସାଦ ବ୍ଲକ୍ ସମିତିସଭ୍ୟ ସଭ୍ୟାମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ୧୨ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ସଂଘର ଆହ୍ବାନ କ୍ରମେ ସେମାନେ ଶ୍ରୀ ଆରୁଖଙ୍କୁ ଭେଟି ଦାବି ଉପସ୍ଥାପନ କରିଥିଲେ। ସରପଞ୍ଚଙ୍କ ଭଳି ସମ୍ମାନ ପ୍ରଦାନ, ସମସ୍ତ ପ୍ରମାଣପତ୍ରରେ ସ୍ବାକ୍ଷର କରିବା ଅଧିକାର, ସମିତିସଭ୍ୟଙ୍କ ବାର୍ଷିକ ପାଣ୍ଠି ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି, ପ୍ରତି ପଞ୍ଚାୟତରେ କାର୍ଯ୍ୟାଳୟ ବ୍ୟବସ୍ଥା ,ସ୍ବାସ୍ଥ୍ୟବୀମାରେ ସାମିଲ, ଉନ୍ନୟନମୂଳକ କାର୍ଯ୍ୟ ଚିଠିର ନକଲ ପ୍ରଦାନ ସମେତ ବିଭିନ୍ନ ଦଫା ଦାବି ଉପରେ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ବିଧାନସଭାରେ ଦାବି ଉପସ୍ଥାପନ କରିବାକୁ ନିବେଦନ କରାଯାଇଛି। ସମିତିସଭ୍ୟ ସଂଘ ବ୍ଲକ୍ ସଭାପତି ରଞ୍ଜିତ କୁମାର ପାତ୍ର, ଉପସଭାପତି ପିଣ୍ଟୁ ପ୍ରଧାନ, ସମ୍ପାଦକ ଯୁଧିଷ୍ଠିର ସେଠୀ, କୋଷାଧ୍ୟକ୍ଷ ସତ୍ୟବାନ ନାୟକ, ଉପଦେଷ୍ଟା ତଥା କନ୍ଧମାଳ ପ୍ରତିନିଧି ବିପ୍ରଚରଣ ବାରିକ ଓ କିଶୋର ପ୍ରଧାନ ସୁଶାନ୍ତ କୁମାର ପ୍ରଧାନ ଉପସ୍ଥିତ ଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୯/୨୦୨୩---୮,୩୫ Sakhigopal News,25/9/2023

Blog Archive

Popular Posts