ରତନପୁର ରେ ବଜ୍ରାଘାତ, ୭ ଛେଳି ମୃତ
ଭଞ୍ଜନଗର - ବଜ୍ରାଘାତରେ ୭ ଟି ଛେଳି ଙ୍କ ମୃତ୍ୟୁ ହୋଇଛି । ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ନାଟଙ୍ଗା ପଞ୍ଚାୟତ ର ରତନପୁର ଗାଁ ନିକଟରେ ଘଟିଛି ଏଭଳି ଘଟଣା । ନିକଟସ୍ଥ ଗାଁ ର ସହଦେଵ ବିଶ୍ବାଳ ଙ୍କ ଛେଳି ପଲ ମଧ୍ୟରୁ ୭ ଟି ଛେଳି ଙ୍କ ମୃତ୍ୟୁ ହୋଇଛି । ନିକଟସ୍ଥ ଠାକୁରାଣୀ ତୋଟା ରେ ଛେଳିପଲ ଚରୁଥିବା ବେଳେ ହଠାତ୍ ଘଡଘଡି ସହ ବର୍ଷା ହୋଇଥିଲା । ଏକ ଆମ୍ବ ଗଛ ନିକଟରେ ଛେଳି ପଲ ଠିଆ ହୋଇଥିଲେ । ସେ ସମୟରେ ବଜ୍ରାଘାତ ହୋଇଥିଲା । ଘଟଣା ସ୍ଥଳରେ ହିଁ ୭ ଟି ଛେଳି ଙ୍କ ର ମୃତ୍ୟୁ ହୋଇଛି । ସ୍ଥାନୀୟ ରାଜସ୍ୱ ବିଭାଗ କର୍ମଚାରୀ ଏନେଇ ରିପୋର୍ଟ ସଂଗ୍ରହ କରିଛନ୍ତି । ତେବେ ଘଟଣା ସ୍ଥଳରେ କୌଣସି ବ୍ୟକ୍ତି ବିଶେଷ କ୍ଷତିଗ୍ରସ୍ତ ହୋଇନାହାନ୍ତି । ତେବେ ସରକାରୀ ସ୍ତରରେ ସହାୟତା ଯୋଗାଇ ଦେବାପାଇଁ ନିବେଦନ କରିଛନ୍ତି କ୍ଷତିଗ୍ରସ୍ତ ଛେଳିଚାଷୀ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୯/୨୦୨୪----୮,୪୫ Sakhigopal News,19/9/2023