ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଜଳାତଙ୍କ ଓ ହୃଦ ଦିବସ ପାଳିତ
ସାକ୍ଷୀଗୋପାଳ--- ସାକ୍ଷୀଗୋପାଳଗୋଷ୍ଡୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବିଶ୍ୱ ଜଳାତଙ୍କ ଓ ହୃଦ ଦିବସ ପାଳିତ ହୋଇଯାଇଛି । ଜନ ସ୍ୱାସ୍ତ୍ୟ ଅଧିକାରିଣୀ କ୍ଷେତ୍ରମଣି ସେଠି ଯୋଗଦେଇ ଆଶାକର୍ମୀଙ୍କ ସହିତ ସମସ୍ତ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଜଳାତଙ୍କ ରୋଗର କାରଣ, ଲକ୍ଷଣ ସହିତ ଚିକିତ୍ସା ସମ୍ପର୍କରେ ଆଲେଚନା କରିଥିଲେ । ଏହି ରୋଗ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଇଞ୍ଜେକସନ ମିଳୁଛି ବୋଲି କହିଥିଲେ । ସେହିପରି ବିଶ୍ୱ ହୃଦ ଦିବସରେ ସମସ୍ତେ ସୁସ୍ଥ ହୃଦପିଣ୍ଡ ରହିଲେ ସୁସ୍ଥ ଜୀବନ ହୋଇପାରିବ ବୋଲି ଜନ ସ୍ୱାସ୍ତ୍ୟ ଅଧିକାରିଣୀ ଶ୍ରୀମତି ସେଠି କହିଥିଲେ । ହୃଦ ଘାତ ରୋଗ ଚିହ୍ନଟ ଓ ଚିକିତ୍ସା ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସରକାରୀ ଡାକ୍ତରଖାନାରେ ମିଳୁଛି । ରାଷ୍ଟୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ମାନଙ୍କୁ ମାଗଣାରେ ହୃଦଶଲ୍ୟ ଚିକିତ୍ସା ବଡ ବଡ ଡାକ୍ତରଖାନାରେ ଯୋଗାଇ ଦିଆଯାଉଛି । ଏହି କଥା ସମସ୍ତ ଗ୍ରାମରେ ବା ଜନସାଧାରଣଙ୍କ ପାଖରେ ପହଞ୍ଚିବା ଦରକାର ବୋଲି ଉପସ୍ଥିତ ଥିବା ସ୍ୱାସ୍ଥ୍ୟ କର୍ମୀ ଓ ଆଶା ଦିଦି ମାନଙ୍କୁ ଜନ ସ୍ୱାସ୍ତ୍ୟ ଅଧିକାରିଣୀ ଶ୍ରୀମତି ସେଠି କହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୯/୨୦୨୩----୮.୨୫ Sakhigopal News, 30/9/2023