Breaking News

ସାକ୍ଷୀଗୋପାଳ ମନ୍ଦିରରେ ସପ୍ତପୁରୀ ପର୍ବ ପାଳିତ

 




ସାକ୍ଷୀଗୋପାଳ ----- ସାକ୍ଷୀଗୋପାଳ ମନ୍ଦିରରେ ପ୍ରତିଦିନ ଭଳି ଠାକୁରଙ୍କ ନୀତିକାନ୍ତି କରାଯାଇଥିଲା । ଦ୍ୱୀପହର ଧୂପ ସମୟରେ ସିଂହାସନ ତଳେ ଠା ହେବା ପରେ ଛତ୍ରି, ତ୍ରାସ, ଘଣ୍ଟି, ଘଣ୍ଟ, ବାଜା, କାହାଳୀ ବାଜି  ସପ୍ତପୁରୀ ବେଢ଼ା ପରିକ୍ରମା କରାଯାଇଥିଲା ।   ସପ୍ତପୁରୀ ବେଢ଼ା, ଉପଚାର, ଆଳତୀ ଓ ସହିତ ଠାକୁର୍‌ଙ୍କୁ ନୂତନବସ୍ତ୍ର , ତୁଳସି, ଚନ୍ଦନ ଲାଗି କରାଯାଇଥିଲା । ରୋଷ ସେବାୟତ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ସପ୍ତପୁରୀକୁ ପୂଜାପଣ୍ଡା ଭୋଗ ଲାଗି କରିଥିଲେ ।  ନଡିଆ , ବୁଟଡାଲି, ଗୁଡ ଓ ଗୋଲମରିଚ, କର୍ପୁର ଆଦି ପକାଯାଇ ସପ୍ତପୁରୀ ପ୍ରସ୍ତୁତି କରାଯାଇଥିଲା ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ସେହିପରି ଘରେ ଘରେ ମଧ୍ୟ ସପ୍ତପୁରୀ ତିଆରି କରାଯାଇଥିବା ବେଳେ କେତେକ ବଜାରରୁ ବିକ୍ରୟ କରାଯାଇଥିବା ସପ୍ତପୁରୀ କିଣି ଆଣି  ପୂଜା କରିଥିବାର ଦେଖାଯାଇଥିଲା ।  କେତେକ ଯାଗାରେ  ନଡିଆ, ବୁଟଡାଲି, ଚିନି, ଗୁଡ , ମସଳା ପକାଯାଇ ପ୍ରସ୍ତୁତି କରାଯାଇଥିବା ସପ୍ତପୁରୀ କୁ ସାକର ମଧ୍ୟରେ ପୁରାଯାଇ ତାହା ବିକ୍ରୟ କରାଯାଇଥାଏ । ଏହାକୁ ଗାଁ ଗଣ୍ଡାରେ ଲୋକମାନେ ଠାକୁରଙ୍କ ପାଖରେ ଭୋଗ କରିବା ପରେ ନିଜ ନିଜ ମଧ୍ୟରେ ଖାଇ ସପ୍ତପୁରୀ ଭାବରେ ପରିଚିତ ହୋଇ ବନ୍ଧୁ ଭାବରେ ରହିଥାନ୍ତି । ୫ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୯/୨୦୨୩----୭.୪୦   Sakhigopal News, 14/9/2023

Blog Archive

Popular Posts