ପାଞ୍ଚଦଫା ଦାବି ନେଇ ଭଞ୍ଜନଗର ସୁତନ୍ତ୍ର ଉପକାରାଗାର କର୍ମଚାରୀମାନେ ଅମରଣ ଅନଶନରେ
ଭଞ୍ଜନଗର - ପାଞ୍ଚଦଫା ଦାବି ନେଇ ଭଞ୍ଜନଗର ସୁତନ୍ତ୍ର ଉପକାରାଗାର କର୍ମଚାରୀମାନେ ସୋମବାର ଠାରୁ ଅମରଣ ଅନଶନରେ ବସିଛନ୍ତି । କର୍ମଚାରୀଙ୍କ ଗ୍ରେଡ୍ ପେ' ୧୯୦୦ରୁ ୨୦୦୦ ଟଙ୍କା , ମୁଖ୍ୟ କାରାରକ୍ଷୀଙ୍କ ୨୪୦୦ ଟଙ୍କାକୁ ବୃଦ୍ଧି , କାରାରକ୍ଷୀ ର ମୁଖ୍ୟ କାରାରକ୍ଷୀ ପଦବୀ ପାଇଁ ପୁରୁଣା ପଦୋନ୍ନତି ନିୟମ ୨୦୧୨କୁ ପୁଣି ଲାଗୁ, ଉପଖଣ୍ଡ ସ୍ତରକୁ ବଦଳି ନିୟମ ବାତିଲ , ଖାଦ୍ୟ ଭତ୍ତାକୁ ୪୦୦ ରୁ ୧୪୦୦ ଟଙ୍କାକୁ ବୃଦ୍ଧି ଏବଂ ସପ୍ତମ ବେତମ କମିଶନ ୨୦୧୭ ଅନୁଯାୟୀ ୧୩ ମାସିଆ ଦରମା ବୃଦ୍ଧି ଆଦି ଦାବି ରହିଛି । ଏନେଇ ସେମାନେ ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକାରୀ ଓ ବିଭାଗୀୟ କର୍ମଚାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଫଳରେ ସେମାନେ ବାଧ୍ୟ ହୋଇ ସୋମବାର ଠାରୁ କଳାବ୍ୟାଜ୍ ପରିଧାନ କରି ଅନଶନ କରିଛନ୍ତି । ଦାବୀ ପୂରଣ ନ ହେବାପର୍ଯନ୍ତ ଆମରଣ ଅନଶନ ଜାରି ରହିବ ବେଲି ଅନଶନରତ କର୍ମଚାରୀ ମାନେ କହିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୨୫/୯/୨୦୨୩---୮,୪୫ Sakhigopal News,25/9/2023