Breaking News

ସାଧୁ ସନ୍ୟାସୀ ଙ୍କୁ ଟାର୍ଗେଟ କରୁଥିବା ଭଣ୍ଡ ବାବା ଗିରଫ



ଭଞ୍ଜନଗର-----ଏହି ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ନିକଟରେ ଯୁବକଙ୍କ ଦ୍ୱାରା ଅଟକ ନକଲି ବାବାକୁ ଗିରଫ କରିଛି ଭଞ୍ଜନଗର ପୁଲିସ। ନିଜକୁ ଜଣେ ସାଧୁ କହି ଅସାଧୁ କାର୍ଯ୍ୟରେ ଲିପ୍ତ ଥିବା ଜ୍ଞାନନନ୍ଦ ସରସ୍ୱତୀ ଓରଫ ପିଙ୍କା ଭୂୟାଁ ଗତ ବିଳମ୍ବିତ ରାତିରେ ଗିରଫ ହୋଇଛି  । ଏହି ବାବାକୁ କେହିକେହି ଡିଜିଟାଲ ବାବା ମଧ୍ୟ କହନ୍ତି । ପାଖରେ ଏଣ୍ଡ୍ରେଡ଼ ମୋବାଇଲ ଓ ଲାପଟପ ବ୍ୟବହାର କରି ଲୋକଙ୍କ ବିଭିନ୍ନ କଥାଭାଷା ଫୋଟ ଭିଡିଓ ସଂଗ୍ରହ କରି ବ୍ଲାକମେଲ କରିବା ଓ ସାମାଜିକ ଗଣମାଧ୍ୟମରେ ବଡ଼ବଡ଼ ଲୋକଙ୍କୁ ଟାର୍ଗେଟ  କରୁଥିବା ଭଳି ଅଭିଯୋଗ କରିଛନ୍ତି କରଚୁଲି ଆଶ୍ରମର ସ୍ୱାମୀ ସତ୍ୟନନ୍ଦ ଗିରି । ତାଙ୍କୁ ମାରିବା ପାଇଁ ମଧ୍ୟ ଯୋଜନା କରୁଥିବା ସେ ପ୍ରକାଶ କରିବା ସହ ଭଂଜନଗର ଥାନାର ଦ୍ୱାରସ୍ତ ହୋଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଲୋକଙ୍କୁ ଠକେଇ କରିଥିବା ସହ ଅନେକ ଝିଅ ଓ ମହିଳାଙ୍କୁ ନିଜ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଗଂଜାମ କନ୍ଧମାଳ ସୀମା ଦୁର୍ଗାପ୍ରସାଦ ନିକଟରେ କିଛି ଯୁବକ ଅଟକ ରଖିବା ପରେ ପୁଲିସ କୁ ଖବର ଦେଇଥିଲେ ସେଠାରେ ଭଂଜରରେ ପୁଲିସ ପହଞ୍ଚି ନକଲି ବାବା ଙ୍କୁ ଗିରଫ କରିଛି । ବାବା ପାଖରୁ କିଛି ମାରଣାସ୍ତ୍ର ଜବତ ହୋଇଥିବା ଜଣାପଡିଛି । ହାତରେ ଧରିଥିବା ଏକ ବାଡିକୁ ବାବା ଛାଡୁନଥିବା ବେଳେ ଏହା କୁ ନେଇ ଅନେକ କଥା କୁହାଯାଉଛି । ବିଭିନ୍ନ ସ୍ଥାନରେ ରହି ଲୋକଙ୍କ ଠାରୁ କିଛି ସୁରାକ ଗ୍ରହଣ କରି ବ୍ଲାକମେଲ ବନାଉଥିବା ଭଳି କାର୍ଯ୍ୟ କରୁଥିବା ଭଞ୍ଜନଗର ଥାନା
 ଆଇଆଇସି ଭଗବାନ ପୂଜାରୀ ପ୍ରକାଶ କରିଛନ୍ତି । ସଂପୃକ୍ତ ଭଣ୍ଡ ବାବା ଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ଜଣାପଡିଛି। ଏସଂପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଥିବା ଥାନା ଅଧିକାରୀ ଭଗବାନ ପୂଜାରୀ ସ୍ପଷ୍ଟ ସୂଚନା ଦେଇଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୯/୨୦୨୩----୯,୧୦ Sakhigopal News,30/9/2023

Blog Archive

Popular Posts