ଭଞ୍ଜନଗର ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ
ଭଞ୍ଜନଗର :-ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡକୋଦଣ୍ଡା ଠାରେ ଚାଲିଥିବା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି। ଘୁମୁସର ତହସିଲଦାର ଅଚ୍ୟୁତାନନ୍ଦ ଯାନୀ ଆନୁଷ୍ଠାନିକ ଭାବେ ଉଦଯାପିତ କରିଥିଲେ l ଅତିଥିଭାବେ ଶିକ୍ଷକ ନେତା ଜଗବନ୍ଧୁ ଜେନା, ଡିହ ପଢାଳ ହାଇସ୍କୁଲର ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ, ଅବସରପ୍ରାପ୍ତ ବରିଷ୍ଠ କ୍ରୀଡ଼ାଶିକ୍ଷକ ପି. ଆନନ୍ଦ ରାଓ, ପ୍ରଶାନ୍ତ କୁମାର ଦାଶ, ମୋଚିରାମ ରଣସିଂହ ଓ ପ୍ରଧାନଶିକ୍ଷକ ସନ୍ତୋଷ ଜେନା ଉଦଯାପନୀ ସଭାରେ ଅଭିଭାଷଣ ରଖିଥିଲେ l ଏହିଅବସରରେ ପଚିଶି ଜଣ କ୍ରୀଡ଼ାଶିକ୍ଷକ ଙ୍କୁ ମୁଖ୍ୟଅତିଥି ଶ୍ରୀ ଯାନୀ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଜୋନାଲ ସ୍ତରକୁ ଯାଇଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯିବା ପରେ ତହସିଲଦାର କ୍ରୀଡା ପତାକାକୁ ଅବତରଣ କରିଥିଲେ l ଶେଷରେ ଶିକ୍ଷକ ମନୋରଞ୍ଜନ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ l
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୯/୨୦୨୩----୮,୫୫ Sakhigopal News,17/9/2023