Breaking News

ଅଳଗୁମ ଗ୍ରାମ ପଞ୍ଚାୟତର ମାଳିସାହି ବାତ୍ୟା ଆଶ୍ରୟସ୍ଥଳୀରେ ମକଡ୍ରିଲ

 


ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ମାଳିସାହି ଠାରେ ଥିବା ବହୁମୂଖୀ ବାତ୍ୟା ବନ୍ୟା ଆଶ୍ରୟସ୍ଥଳୀ ଠାରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ପୁରୀ  ଓ ଆଶ୍ରୟସ୍ଥଳୀ ପରିଚାଳନା ଓରକ୍ଷଣାବେକ୍ଷଣ ସମିତିର ସହଯୋଗରେ ମକଡ୍ରିଲ ବା ସାମୂହିକ ଅଭ୍ୟାସ ଅନୁଷଠିତ ହୋଇଯାଇଛି । ଏଥିରେ ସତ୍ୟବାଦୀ ଅଗ୍ନଶିମ ବିଭାଗର ମୁଖ୍ୟ ମନୋଜ କୁମାର ପାତ୍ର, ସାମାଜିକ କର୍ମୀ ଯଯାତି କେଶରୀ ରାୟ, ସରପଞ୍ଚଙ୍କ ପ୍ରତିନିଧି ରଶ୍ମି ରଞ୍ଜନ ବିଶ୍ୱାଳ,ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ବାତ୍ୟା ଆଲ୍ରୟସ୍ଥଳୀ ପରିଚାଳନା କମିଟିର ସମ୍ପାଦକ  ସତ୍ୟବ୍ରତ ସିଂହଦେଓ ଓ ମହିଳା ଗୋଷ୍ଠୀ ଯୋଗଦେଇଥିଲେ । ଶେଷରେ ୨୫ ଜଣ ପିଲାଙ୍କୁ ସାହସିକତା ପାଇଁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସଞ୍ଜୟ ନାୟକ, ନିଳିମା ରଥ, ଶଶାଙ୍କ ଶେଖର ନାୟକ, କୈଳାସ ବିଶ୍ୱାଳ, ଦେବବ୍ରତ ମଲିଲକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୭/୨୦୨୩---୮,୧୦   Sakhigopal News, 12/7/2023

Blog Archive

Popular Posts