Breaking News

ଓଡିଆ ବିଶ୍ୱିଦ୍ୟାଳୟର ନିର୍ମାଣକାର୍ଯ୍ୟ ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ

 



ସାକ୍ଷୀଗୋପାଳ --- ସତ୍ୟବାଦୀରେ ଓଡିଆ ବିଶ୍ୱିଦ୍ୟାଳୟ କାର୍ଯ୍ୟର ଅଗ୍ରଗତି ସମ୍ପର୍କେ ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ସମଥ ବର୍ମା । ବିଶ୍ୱବିଦ୍ୟ।।ଳୟ କାର୍ଯ୍ୟର ତାରିଖ ସରି ଯାଇଛି । ମାତ୍ର କାମ ସରିନଥିବାରୁ କାମ ନେଇଥିବା ଓବିସିସି କମ୍ପାନୀଙ୍କୁ କିଛିଦିନ ସମୟ ଦିଆଯାଇଛି । ମାତ୍ର ଯେଉଁ ପରି କାମ ଚାଲିଛି ଓଡିଆ ବିଶ୍ୱିଦ୍ୟାଳୟ କାମ ଶେଷ ହେବା ବେଳକୁ ଆଉ ଏକ ବର୍ଷ ଲାଗିଯିବ ବୋଲି ଜଣାପଡିଛି । ଆଜି ପୁରୀ ଜିଲ୍ଲାପାଳ ସମଥ ବର୍ମା କାର୍ଯ୍ୟର ଅଗ୍ରଗତି ସମ୍ପର୍କେ ସମୀକ୍ଷା କରିବା ସହ ସେପ୍ଟେମ୍ବର ୫ ତାରିଖ ସୁଦ୍ଧା କାମ ସାରିବା ପାଇଁ ଓବିସିସିର ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।  ପୁରୀ ଜିଲ୍ଲାପାଳଙ୍କ ସହିତ ଏଡିଏମ ପ୍ରଦୀପ କୁମାର ସାହୁ,  ସତ୍ୟବଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ, ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ହେମନ୍ତ ବେହେରା, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂଙ୍କ ସହିତ ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ସେହିପରି ସାକ୍ଷୀଗୋପିନାଥ ଦେବଙ୍କ ବିଜେସ୍ଥଳୀ ରଧାକୁଣ୍ଡ ପୋଖରୀ ଓଡିଆ ବିଶ୍ୱିଦ୍ୟାଳୟ ଅଧିନରେ ରହିଥିବାରୁ ତୁରନ୍ତ ପୋଖରୀ ପୁନଃ ଉଦ୍ଦାର କାର୍ଯ୍ୟ ଶେଷ କରି ପୋଖରୀ ଗେଟଖୋଲିବା ସମ୍ପର୍କରେ ଆଲେଚନା କରାଯାଇଥିଲା ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୭/୨୦୨୩---୮,୧୦  Sakhigopal News, 12/7/2023

Blog Archive

Popular Posts