Breaking News

ଚାରାବାଣ୍ଟି ବନମହୋତ୍ସବ ପାଳନ କଲେ ଶିକ୍ଷୟିତ୍ରୀ

 
 
କଟକ---- ଗତକାଲି ଠାରୁ ବିଶ୍ବରେ ପାଳନ କରାଯାଉଛି ବନମହୋତ୍ସବ । ପରିବେଶର ଅସନ୍ତୁଳନ ଅବସ୍ଥାକୁ ସନ୍ତୁଳିତ କରିବା ପାଇଁ ସରକାର ସମସ୍ତ ଅନୁଷ୍ଠାନ ଓ କାର୍ଯ୍ଯାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ପାଳନ କରିବା ପାଇଁ ବନମହୋତ୍ସବ। ନଷ୍ଟ ହେଉଥିବା ପରିବେଶର ଭରଣା ପାଇଁ "ବନମହୋତ୍ସବ " ପାଳନର ଅସଲ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମରେ ବ୍ଯକ୍ତି ଠାରୁ ଆରମ୍ଭ କରି ଅନୁଷ୍ଠାନ ପର୍ଯ୍ୟନ୍ତ ଯେତେ ଅଧିକ ସଂଶ୍ଲିଷ୍ଟ ରହିବେ  ସେତେଶିଘ୍ର ଭରଣା କରାଯାଇପାରିବ ଉଜୁଡା ପରିବେଶ ବୋଲି ଆଶା କରାଯାଉଛି। ସମସ୍ତଙ୍କୁ ଏହି ମହତ କାର୍ଯ୍ୟରେ ସଂଶ୍ଲିଷ୍ଟ କରାଇ, ନିଜ ବାଡି ବଗିଚାରେ ହେଉ ଅଥବା କାର୍ଯ୍ଯାଳୟ, ସରକାରୀ ଜାଗା ହେଉ ବା ବେସରକାରୀ ଜାଗା ,ଖାଲି ଥିବା ପାହାଡ, ପଡିଆ ,ରାସ୍ତାଘାଟ ଇତ୍ୟାଦିରେ ସମସ୍ତଙ୍କ ମାଧ୍ୟମରେ  ଅତି କମରେ ବୃକ୍ଷ ଟିଏ ଲଗାଇ ତାର ଉପଯୁକ୍ତ ଯତ୍ନ ନେଇ ବଡ କରିଲେ ଆପେ ଆପେ ସୃଷ୍ଟି ହେବ ବୃକ୍ଷ ପ୍ରତି ଅହେତୁକ ମମତା ଓ ଭଲପାଇବା । ଏହି ମହତ ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ଅଣ୍ଟା ଭିଡିଛନ୍ତି ଡମପଡା ବ୍ଲକର ଶିକ୍ଷୟିତ୍ରୀ ନିବେଦିତା ପାଇକରାୟ । ସେଥିପାଇଁ ନିଜସ୍ୱ ଚେଷ୍ଟାରେ ସୃଷ୍ଟି କରିଥିବା ବିଭିନ୍ନ ପ୍ରକାରର ଚାରାଗୁଡିକୁ ଆଜି ବୁଲିବୁଲି ବାଣ୍ଟିଛନ୍ତି । ନିଜ କାର୍ଯ୍ଯାଳୟର ବି.ଆର.ସି.ସି. ତଥା ଏ.ବି.ଇ.ଓ  ପ୍ରଫୁଲ୍ଲ କୁମାର ବେହେରାଙ୍କ ଠାରୁ ଆରମ୍ଭକରି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପର୍ଯ୍ୟନ୍ତ । ଆଜି ବିଭିନ୍ନ ପ୍ରକାରର  ୩୨ଟି ଔଷଧୀୟ ଚାରା ବଣ୍ଟନ କରିଛନ୍ତି । ଏହି ମହତ କାର୍ଯ୍ଯକୁ ସ୍ଥାନୀୟ ଜନସାଧାରଣ ,ପରିବେଶବିତ୍ ଓ ଜ୍ଞାନୀଗୁଣୀମାନେ ଉଚ୍ଚ ପ୍ରଶଂସା କରିବା ସହିତ ତାଙ୍କୁ ସହଯୋଗ ମଧ୍ୟ କରୁଛନ୍ତି ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୨/୭/୨୦୨୩-----୮,୨୫ Sakhigopal News,2/7/2023

Blog Archive

Popular Posts