Breaking News

ଜଟଣୀରେ ଚଳାଚଳ ହେଉଛି "ମୋ ବସ' ; ଯାତ୍ରୀଙ୍କ ପାଇଁ ନାହିଁ "ପ୍ରତୀକ୍ଷାଳୟ




ଜଟଣୀ -ଜଟଣୀରେ ଚଳାଚଳ ହେଉଛି "ମୋ ବସ' l ଏହା ୩ଟି ରୁଟ ରେ ଯିବା ଆସିବା କରୁଛି l ଖୋର୍ଦ୍ଧାରୋଡ଼ ଷ୍ଟେସନରୁ ଖୋର୍ଦ୍ଧା ସହର , ଷ୍ଟେସନରୁ ଜଟଣୀ ଗେଟ ଏବଂ ଷ୍ଟେସନରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ପ୍ରତ୍ୟକ ଦିନ ପ୍ରତ୍ୟହ 20 ମିନିଟ ବ୍ୟବଧାନରେ ଚାଲେ l କିନ୍ତୁ ଦୁଃଖର ବିଷୟ ଯାତ୍ରୀଙ୍କ ସୁବିଧା ପାଇଁ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ବସ ରହଣୀର ବ୍ୟବସ୍ଥା ସହ "ପ୍ରତୀକ୍ଷାଳୟ' ଟିଏ ନାହିଁ l ଯାତ୍ରୀମାନେ ଖରା ବର୍ଷାରେ ଗନ୍ତବ୍ୟ ସ୍ଥଳକୁ "ମୋ ବସ 'ରେ ଯିବାପାଇଁ ଅପେକ୍ଷା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବସ ରହଣୀର ଏକ ନିର୍ଦ୍ଧିଷ୍ଟ ସ୍ଥାନ ନଥିବାରୁ ଯାତ୍ରୀମାନେ ବସକୁ ଅପେକ୍ଷା କରିବାପାଇଁ କୌଣସି ନିର୍ଦ୍ଧିଷ୍ଟ ସ୍ଥାନ ନିରୂପଣ କରି ନ ପାରି ବେଳେ ବେଳେ ବସ ଧରିବା ପାଇଁ ଦୌଡ଼ି ଦୌଡ଼ି ଯିବାକୁ ପଡେ l ଆଉଏକ ବିଡମ୍ବନାର ଘଟଣା ସହରରେ "ମୋ ବସ'ଚଳାଚଳ କରିବା ଦିନ ଠାରୁ ଆଜିପର୍ଯ୍ୟନ୍ତ ବସ ଆରମ୍ଭ ସ୍ଥଳରେ ବସ ନମ୍ବର ସହ କେଉଁ ନମ୍ବର ବସ କେଉଁ ରୁଟରେ ଯିବ ବ୍ବା ବସ ଛାଡ଼ିବା ସମୟ ସାରଣୀର ସୂଚନା ବୋର୍ଡ ମଧ୍ୟ ନାହିଁ l ତେଣୁ ଟ୍ରେନରେ ଆସୁଥିବା ଯାତ୍ରୀମାନେ କେଉଁ ନଂ ବସ କେଉଁଆଡେ ଯିବ ଏବଂ କେଉଁ ସମୟରେ ଯିବ ତାହା ଜାଣିପାରୁନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏହି ବିଷୟରେ ଯାତ୍ରୀ ମାନେ ବସ ଡ୍ରାଇଭର କିମ୍ବା କଣ୍ଡକ୍ଟର ଙ୍କୁ ପଚାରିଲେ ସନ୍ତୋଷ ଜନକ ଉତ୍ତର ମିଳେ ନାହିଁ l ଯାହା ଫଳରେ ଏହାର ଲାଭ ଉଠାନ୍ତି ଘରୋଇ ଅଟୋ ଚାଳକ l ବାହାର ଯାତ୍ରୀ ମାନଙ୍କ ଠାରୁ ମନ ଇଛା ଭଡା ନିଅନ୍ତି l ସରକାରଙ୍କ ଅନେକ ଯୋଜନା କିନ୍ତୁ ଏହାର ସଦୁପଯୋଗ ଠିକରୂପେ ହେଉନାହିଁ ଯାହାକି ଜନସାଧାରଣ ଏହାର ସୁବିଧା ସୁଯୋଗ ପାଇପାରୁ ନାହାନ୍ତି l ଏହାର ନଜର ଆମ ସ୍ଥାନୀୟ ପ୍ରଶାସନର ପଡୁଛି ନା କୌଣସି ଦଳୀୟ ନେତାଙ୍କ ନଜର ପଡୁଛି ନା ସହରରେ ଅନେକ ଥିବା ଅନେକ ସମାଜ ସେବୀ ସଂଘଠନର ନଜର ପଡୁଛି l ସମସ୍ତେ କେବଳ ନିଜର ସ୍ୱାର୍ଥ ହାସଲ ପାଇଁ ପ୍ରତ୍ୟକ କଥାରେ ଫୋଟ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରି ବାହା ବାହା ନେବାରେ ବ୍ୟସ୍ତ l ଜନସାଧାରଙ୍କ ସୁବିଧା ଅସୁବିଧା କଥା ଚିନ୍ତା ପାଇଁ ସମୟ ନାହିଁ l ବୁଦ୍ଧିଜୀବୀଙ୍କ ମତରେ ସ୍ଥାନୀୟ ପୌରପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଯାତ୍ରୀଙ୍କ ସୁବିଧା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରି ସହରରେ ପ୍ରତ୍ୟକ ଛକ ମାନଙ୍କରେ ଜାଗା ନିରୂପଣ କରି ଗୋଟିଏ ଗୋଟିଏ "ପ୍ରତୀକ୍ଷାଳୟ' ନିର୍ମାଣ ପାଇଁ ନିବେଦନ କରିଛନ୍ତି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨/୭/୨୦୨୩---୮,୨୦ Sakhigopal News,2/7/2023

Blog Archive

Popular Posts