Breaking News

ୟୁ ବି ହାଇସ୍କୁଲ ରେ ବନମହୋତ୍ସବ ପାଳିତ



ଭଞ୍ଜନଗର ----- ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ( ସରକାରୀ ) ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ ସ଼ହିତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ  କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଆବାହକ ଥିଲେ ବିଦ୍ୟାଳୟର ୨ ଓଡ଼ିଶା ବାଟାଲିୟନ ଏନ୍ ସି ସି ଆର୍ମୀ ଅଫିସର ଶିକ୍ଷକ ଶ୍ରୀ ଶ୍ୟାମା ପ୍ରସାଦ ମିଶ୍ର I  ଏଥିରେ ଯୋଗ ଦେଇଥିଲେ ଅତିଥି ଭାବରେ ଏ ଡି ଜେ ତଥା ସେସନ୍ସ ଜଜ ତଥା ତାଲୁକ ଆଇନ ସେବା କମିଟି  ଅଧ୍ୟକ୍ଷ ଶ୍ରୀ ଦେବବ୍ରତ ପଟନାୟକ , ଏସ  ଡି ଜେ ଏମ ଶ୍ରୀ ଅମିତ କୁମାର , ଜେ ଏମ ଏଫ ସି ସୁଶ୍ରୀ ସନ୍ଧ୍ୟା ସୁଚରିତ , ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରୟ , ଉତ୍ତର ଘୁମୁସର ବନଖଣ୍ଡ ଡି ଏଫ ଓ ସୁଦର୍ଶନ ବେହେରା ,  ଭଞ୍ଜନଗର  ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ୱନାଥ ହରପାଲ୍ , ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ୟୁ ବି ହାଇସ୍କୁଲ ପ୍ରଧାନ ଶିକ୍ଷକ ଏସ ଧନଞ୍ଜୟ , ଭଞ୍ଜନଗର ଆସିଷ୍ଟାଣ୍ଟ କଲେକଟର ରାମ  ଚନ୍ଦ୍ର ମହାପାତ୍ର , ତାଲୁକ ଆଇନ ସେବା କମିଟି ମେମ୍ବର  ଭଞ୍ଜନଗର କେ ଏସ ୟୁବି କଲେଜ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡଃ ପୁର୍ଣ ଚନ୍ଦ୍ର ତ୍ରିପାଠୀ ଓ  ସୁଶ୍ରୀ ଅଳକା ମଞ୍ଜରୀ ପଟନାୟକ , ଅବସର ପ୍ରାପ୍ତ ରେଞ୍ଜ ଅଫିସର ଅନୁପମ ବାନାର୍ଜୀ , ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଏବଂ  ଶ୍ରୀ ମିଶ୍ର ଓ ଏନ୍ ସି ସି ଆର୍ମୀ କ୍ୟାଡେଟ ମାନଙ୍କ ସହ ଯୋଗ ଦେଇଥିଲେ  ଏନ୍ ସି ସି ନେଭି ଓ ଏୟାର  କ୍ୟାଡେଟ ମାନେ । କାର୍ଯ୍ୟକ୍ରମର ଆରମ୍ଭ ରେ   ଶ୍ରୀ ମିଶ୍ର ଓ ଅତିଥି ମାନେ ଆମ୍ବ , ପଣସ ଓ ସ୍ଵର୍ଣ ଚମ୍ପା ଆଦି ବୃକ୍ଷ ରୋପଣ କରିଥିଲେ    । ତତ୍ ପରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସବୁଜ ପରିବେଶ ନିମିତ୍ତ ବୃକ୍ଷ ରୋପଣ ସକାଶେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ତାଲୁକ୍ ଆଇନ୍ ସେବା କମିଟି ଆନୁକୂଲ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲା ଯେଉଁ ଥିରେ ସମସ୍ତ କ୍ୟାଡେଟ, ଆମନ୍ତ୍ରିତ ଅତିଥି ଓ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ତାଲୁକ ଆଇନ ସେବା କମିଟି ଓ ୟୁ ବି ହାଇସ୍କୁଲ ର ଅନ୍ୟ ସମସ୍ତ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଏୟାର ଅଫିସର ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ , ସସ୍ମିତା ନାୟକ , ବିଷ୍ଣୁ ପ୍ରିୟା ସ୍ୱାଇଁ , ଅମିତ କୁମାର ବେହେରା , ସନ୍ତୋଷ କୁମାର ବେହେରା , ଜ୍ୟୋତ୍ସ୍ନା କୁମାରୀ ନାୟକ , ସ୍ୱପ୍ନେଶ୍ୱରୀ ଦିଗଲ ,ଉପଦେଷ୍ଟା ଶଙ୍କର ପ୍ରସାଦ ପଟନାୟକ  ପ୍ରମୁଖ ଏହି କାର୍ଯ୍ୟ କ୍ରମ ରେ ସକ୍ରିୟ ସହଯୋଗ କରିବା ସହିତ  ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ  । ସୁସ୍ଥ ପରିବେଶ ରେ ବଞ୍ଚି ରହିବାକୁ ହେଲେ ବୃକ୍ଷ ରୋପଣକରିବା ଅନିବାର୍ଯ୍ୟ  ବୋଲି ଏ ଡି ଜେ ଶ୍ରୀ  ପଟନାୟକ ମତ ଦେଇଥିଲେ । ପରିଶେଷ ରେ ସମସ୍ତ ଙ୍କୁ ସାମାନ୍ୟ ଜଳପାନ ବଣ୍ଟନ କରାଯାଇ ଥିଲା ।  ଏହି କାର୍ଯ୍ୟକ୍ରମ ଶେଷରେ ରେ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଭଞ୍ଜନଗର ରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୭/୨୦୨୩----୮,୩୦ Sakhigopal News,2/7/2023

Blog Archive

Popular Posts