ସାଂସଦଙ୍କ ଜଟଣୀ ବ୍ଲକ ପ୍ରତିନିଧି ହେଲେ ମନୋଜ ନନ୍ଦ
ଜଟଣୀ ----ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଜଟଣୀ ବ୍ଲକ ନିମନ୍ତେ ନୂତନ ପ୍ରତିନିଧି ନିଯୁକ୍ତ କରିଛନ୍ତି ।ଜଟଣୀ ବିଜେପି ସୋମନାଥ ମଣ୍ଡଳର ପୂର୍ବତନ ସଭାପତି ତଥା ବର୍ତ୍ତମାନର ବିଜେପି ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଶ୍ରୀ ମନୋଜ କିଶୋର ନନ୍ଦଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ । ତାଙ୍କ ପୂର୍ବରୁ ରଘୁ ସ୍ୱାଇଁ ଥିଲେ ସାଂସଦଙ୍କ ଜଟଣୀ ବ୍ଲକ ପ୍ରତିନିଧି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ଯୋଗୁଁ ସେ ନିକଟରେ ପ୍ରତିନିଧି ପଦରୁ ଇସ୍ତଫା ଦେଇଥିଲେ । ତେବେ ନୂତନ ଭାବେ ସାଂସଦଙ୍କ ପ୍ରତିନିଧି ଭାବେ ନିଯୁକ୍ତି ହେବା ପରେ ଶ୍ରୀ ନନ୍ଦ ଆଜି ବିଧିବଦ୍ଧ ଭାବେ ଜଟଣୀ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଂଜନ ବଡ଼ଜେନା, ବିଜେପି ଯୁବ ନେତା ଚିନ୍ମୟ ପାତ୍ର, ସତୀଶ ଅଗ୍ରୱାଲ ଏବଂ ଅନ୍ୟ ବିଜେପି କର୍ମୀ ମାନଙ୍କ ସହ ଜଟଣୀ ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓଙ୍କୁ ଭେଟିଥିଲେ । ସେ ଆଗାମୀ ଦିନରେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସାଂସଦଙ୍କୁ ଅବଗତ କରାଇବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ତ୍ୱରାନ୍ୱିତ କରାଇବାରେ ଆବଶ୍ୟକ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୭/୨୦୨୩----୮,୪୦ Sakhigopal News,13/7/2023