ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା ନୂତନ ଫୁଟବଲ ଖେଳ ପଡିଆ ପ୍ରତିଷ୍ଠା ; ଡି. ଆର. ଏମ. କପ ଫୁଟବଲ ଟୁର୍ଣ୍ଣାମେଣ୍ଟ
ଜଟଣୀ ---ରେଳ କର୍ମଚାରୀଙ୍କ ମଧ୍ୟରେ କ୍ରୀଡାକୁ ଉତ୍ସାହିତ କରିବା ପାଇଁ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ଵାରା 8000 ବର୍ଗମିଟର ଅଞ୍ଚଳର ଏକ ନୂତନ ଫୁଟବଲ୍ ଗ୍ରାଉଣ୍ଡ, ଆରପିଏଫ୍ ବ୍ୟାରେକ୍, ଲୋକୋ କଲୋନୀ, ଜଟଣୀ, ନିକଟରେ ପ୍ରତିଷ୍ଠିତ କରାଯାଇଛି | ଏହି ନୂତନ ଫୁଟବଲ ଗ୍ରାଉଣ୍ଡ କୁ ଖୋର୍ଦ୍ଧା ରୋଡ୍ ମଣ୍ଡଳର ରେଳ ପ୍ରବନ୍ଧକ, ଶ୍ରୀ ରିଙ୍କେଶ ରୟ ଏବଂ ପୂର୍ବତଟ ରେଳର ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମହିଳା କଲ୍ୟାଣ ସଂଗଠନ (ECORWWO) ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା, ଶ୍ରୀ କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି), ଶ୍ରୀ ଶୁଭ୍ରଜ୍ୟୋତି ମଣ୍ଡଳ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା), ଶ୍ରୀ ହିମାଦ୍ରୀ ଭୂଷଣ ବିଶ୍ଵାଳ, କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ ଏବଂ ଅନ୍ୟ ଶାଖା ଅଧିକାରୀଙ୍କ ଉପସ୍ଥିତି ରେ ଉଦଘାଟନ କରିଥିଲେ । ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସ ଦ୍ୱାରା ଆୟୋଜିତ ଦ୍ଵିତୀୟ ଡି ଆର୍ ଏମ୍ କପ୍ ଆନ୍ତର୍ବିଭାଗୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଏହି ନୂତନ ଫୁଟବଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି।ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରୟଙ୍କ ଦ୍ୱାରା ଉଦଘାଟନ କରଯାଇଥିଲା। ରୋଡ୍ ମଣ୍ଡଳ ର 11 ଟି ବିଭାଗର ରେଳ କର୍ମଚାରୀ ମାନେ ଏହି ଟୁର୍ଭାଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଛନ୍ତିି।
ଅଂଶଗ୍ରହଣ କାରୀ ଦଳମାନଙ୍କୁ ଶ୍ରୀ ରୟ ଶୁଭେଚ୍ଛା ଜଣାଇଥିଲେ ।ଫୁଟବଲ ଗ୍ରାଉଣ୍ଡ, ଲୋକୋ କଲୋନୀରେ ଅଧିକ କ୍ରୀଡାର ଆୟୋଜନ କରାଯାଇପାରିବ । ଏହି ଅବସରରେ ଶ୍ରୀ ରୟ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ପୂର୍ବତନ ଦକ୍ଷ ଫୁଟବଲ ଖେଳାଳିଙ୍କୁ ସମ୍ଭର୍ଦ୍ଧନା କରିଥିଲେ। ନୂତନ ଫୁଟବଲ ପଡିଆରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଇଲେକ୍ଟ୍ରିକାଲ ଏବଂ ସିକୁରିଟି ବିଭାଗ ମଧ୍ୟରେ ପ୍ରଥମ ଟୁର୍ଣ୍ଣାମେଣ୍ଟ ହୋଇଥିଲା । ଇଲେକ୍ଟ୍ରିକାଲ ବିଭାଗ 2-1 ଗୋଲ୍ ରେ ବିଜୟ ହାସଲ କରିଛି । ସମସ୍ତ ବିଭାଗ ମଧ୍ୟରେ ମୋଟ 11 ଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ | ଫାଇନାଲ ମ୍ୟାଚ୍ 21 ଜୁଲାଇ 2023 ରେ ହେବ | ସମସ୍ତ ଟୁର୍ଣ୍ଣାମେଣ୍ଟ ଗୁଡ଼ିକ କ୍ରୀଡ଼ା ସଚିବ ଏମ ଡି.ଜାକିରୁଦ୍ଦିନ ଏବଂ ଖୋର୍ଦ୍ଧା ରୋଡ଼ କ୍ରୀଡ଼ା ସଙ୍ଗଠନର ସଦସ୍ୟ ମାନେ ସଂଯୋଜନା କରୁଛନ୍ତି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୭/୨୦୨୩----୯,୧୦ Sakhigopal News,14/7/2023
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୭/୨୦୨୩----୯,୧୦ Sakhigopal News,14/7/2023