ମିଳିଲାନି ପରିଚୟ , ୭୨ ଘଣ୍ଟା ପରେ ଶବକୁ ପୋତିଲା ପୋଲିସ
ଭଞ୍ଜନଗର - ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ଚଢିଆପଲ୍ଲୀ ଗ୍ରାମ ଶୂଳାପଲ୍ଲୀ ନିକଟରୁ ଜଣେ ଅଜଣା ବ୍ୟକ୍ତି ର ମୃତଦେହକୁ ଉଧାର କରିଥିଲା ପୋଲିସ । ଉଧାର ହେବାର ୭୨ ଘଣ୍ଟା ପରେ ବି କୌଣସି ପରିଚୟ ନ ମିଳିବାରୁ , ରବିବାର ଦିନ ଭଞ୍ଜନଗର ଥାନା ଅନ୍ତର୍ଗତ ଝାଙ୍କରେଇ ମନ୍ଦିର ପାଶ୍ୱର୍ରେ ଥିବା ନଦୀ ତଟରେ ପୋତି ଦେଇଛି ତାରସିଂ ଥାନା ପୁଲିସ । ଘଟଣା ପ୍ରକାରେ ଗତ ବୁଧବାର ଦିନ ତାରାସିଙ୍ଗି ଥାନା ଅନ୍ତର୍ଗତ , ହରିଗଡ ଗ୍ରାମ ନିକଟରେ , ଜଣେ ଅଜଣା ବ୍ୟକ୍ତିଙ୍କ ଶବ କୁ ଦେଖି , ପୋଲିସ ରେ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ କୁ ଜବତ କରି , ତଦନ୍ତ ଚଳାଇଥିଲା । ଏବଂ ବ୍ୟବଛେଦ ପାଇଁ ଭଂଜନଗର ମେଡିକାଲ କୁ ପଠାଇଥିଲା । ଉଧାର ହେବାର ୭୨ ଘଣ୍ଟା ପରେ ବି ମୃତ ବ୍ୟକ୍ତିଙ୍କ ପରିଚୟ ନମିଳିବାରୁ , ବାଧ୍ୟ ହୋଇ ପୋତିବାକୁ ପଡ଼ିଥିଲା ପୋଲିସ୍ କୁ ।