ଢ଼ଂସର ଗ୍ରାମପଞ୍ଚାୟତର ମହିଳାମାନେ ପାଳିଲେ ବନମହୋତ୍ସବ
କଟକ----- ଜଙ୍ଗଲ ସୃଷ୍ଟି ଓ ତାର ସୁରକ୍ଷା ପାଇଁ ପ୍ରତିବର୍ଷ ସାରା ବିଶ୍ବରେ ପାଳନ କରାଯାଉଛି " ବନମହୋତ୍ସବ " ।. କଟକ ଜିଲ୍ଲାର ଡମପଡା ବ୍ଲକ ଅନ୍ତର୍ଗତ ଢ଼ଂସର ଗ୍ରାମପଞ୍ଚାୟତରେ ମହିଳାମାନେ ପାଳନ କରିଛନ୍ତି "ବନମହୋତ୍ସବ " । ଶିକ୍ଷୟିତ୍ରୀ ନିବେଦିତା ପାଇକରାୟଙ୍କ ନେତୃତ୍ୱରେ ପଞ୍ଚାୟତର ସି.ଆର୍.ପି . ମାନଙ୍କୁ ନେଇ କରାଯାଇଥିଲା ପରିବେଶ ସଚେତନତା କାର୍ଯ୍ୟକ୍ରମ ।
ସାରା ବିଶ୍ବରେ ପରିଲକ୍ଷିତ ହେଉଛି ଜଳବାୟୁ ପରିବର୍ତ୍ତନ । ମାଡିଆସୁଛି ବିଭିନ୍ନ ପ୍ରାକୃତିକ ଦୁର୍ବିପାକ । ନଷ୍ଟ ହେଉଛି ଅସରନ୍ତି ଧନଜୀବନ । ତଥାପି ମଣିଷ ପରିବେଶ ସୁରକ୍ଷା ପାଇଁ ଯତ୍ନବାନ ହେବା ପରିବର୍ତ୍ତେ ହେଉଛି ଖାମଖିଆଲ । ଅବାଧରେ କାଟିଚାଲୁଛି ଗଛ । ନଷ୍ଟ କରୁଛି ଜଙ୍ଗଲ । ସାମ୍ପ୍ରତିକ ପରିସ୍ଥିତିରେ ସ୍ଥାନୀୟ ଲୋକମାନେ ଜଙ୍ଗଲ ସୃଷ୍ଟି କରିବା ପରିବର୍ତ୍ତେ ନଷ୍ଟ କରିବା ଆରମ୍ଭ କଲେଣି । ତେଣୁ ସେମାନଙ୍କୁ ସଚେତନ କରାଇବା ନିହାତି ଜରୁରୀ ହୋଇପଡିଛି । ଏଥିପାଇଁ ଶ୍ରୀମତୀ ପାଇକରାୟଙ୍କର ଏ ପ୍ରୟାସ । ନାରୀମାନେ ଏ କ୍ଷେତ୍ରରେ ଆଗେଇ ଆସିଲେ ନିଶ୍ଚିତ ଭାବେ " ବନମହୋତ୍ସବ " ର ଅସଲ ଉଦ୍ଦେଶ୍ୟ ସଫଳ ହେବ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଗକୁ ଅଧିକ ରୁ ଅଧିକ ମହିଳାଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଜନସାଧାରଣ ,ବୁଦ୍ଧିଜୀବୀ ଓ ପରିବେଶବିତ୍ ମାନେ ଉଚ୍ଚ ପ୍ରଶଂସା କରିଛନ୍ତି ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୧/୭/୨୦୨୩-----୫,୧୦ Sakhigopal News,1/7/2023