ଖଣ୍ଡପଡ଼ାରେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟତୁ କାଟ; କାର୍ଯ୍ୟାଳୟ କୁ ଫୋନ କଲେ ବିଜି ଟୋନ
ନୟାଗଡ -----ସାମାନ୍ୟ ବର୍ଷା ହେଲେ କିମ୍ବା ବିନା ବର୍ଷାପବନରେ ଘଣ୍ଟା ଘଣ୍ଟା ଧରି ଖଣ୍ଡପଡ଼ା ରେ ବିଦ୍ୟତୁ କାଟ ହେଉଛି।ଏଭଳି ବିଦ୍ୟତୁ କାଟ ହେଉଛି ଯେ ରାତି10ଟାରେ ଯଦି ବିଦ୍ୟତୁ ଗଲା, ତାହେଲେ ଆଉ ଆସୁ ନାହିଁ।ତାପର ଦିନ ସକାଳ ଆଠଟା ହେଲେ ବିଦ୍ୟତୁ ଆସୁଛି।ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ସେକ୍ସନର କୋଟ ପୋଖରୀଷ୍ଟ୍ରକଚରରେ।ଏହି ଅଞ୍ଚଳରେ ଥିବା ସିଂହାପଡା ପଞ୍ଚାୟତ, ଗଡ଼ିଆସାହି, କିଆଝର ପଞ୍ଚାୟତର ହଜାର ହଜାର ଜନ ସାଧାରଣ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି। ରାତିରେ ହେଉକି ଦିନରେ ସବୁବେଳେ ବିଦ୍ୟତୁ କାଟ ହେଉଛି।କଣ୍ଟିଲୋ ଜେଇଙ୍କୁ ଫୋନ କଲେ ଫୋନ ଉଠାଉ ନଥିବା ଏବଂ କୋଟ ପୋଖରୀ ବିଦ୍ୟତୁ ଷ୍ଟ୍ରକଚର କୁଫୋନ କଲେ ସେ ବିଜିଟୋନରେ ପକାଇ ଦେଉଛନ୍ତି।ବାରମ୍ବାର ବିଦ୍ୟତୁ କାଟ ସମ୍ପର୍କରେ ଆମ ପ୍ରତିନିଧି ନିରଞ୍ଜନ ଦାସ ତାଙ୍କ ମୋବାଇଲ ନମ୍ବର8144618919ରୁ ଫୋନ କଲା ପରେ ସେ ଫୋନ ଉଠାଇ ଥିଲେ । ବିଦ୍ୟତୁ କେଉଁଠି କଟିଛି ଆମେ କହି ପାରିବୁ ନାହିଁ କହି କାଟି ଦେଇଥିଲେ।ଏହା ପରେ ଆଉଥରେ ଫୋନ କରିବା ପରେ ଆମ ପ୍ରତିନିଧି ଙ୍କ ଫୋନ ବିଜି ଟୋନ ରେ ପକାଇ ଦେଇଥିଲେ।ଆଉ ଫୋନ ଲାଗି ନଥିଲା।ପରେ ଆମ ପ୍ରତିନିଧି ତାଙ୍କ ମାଡାମ ଙ୍କ ନମ୍ବର୍ରୂ ଫୋନ କଲା ପରେ, ଫୋନ ଉଠାଇ ସଙ୍ଗେ ସଙ୍ଗେ ଫୋନ କୁ ବିଜି ଟୋନ କରି ଥିଲେ।ଏଠି ପ୍ରଶ୍ନ ହେଉଛି, ତିନୋଟି ପଞ୍ଚାୟତର ଜନ ସାଧାରଣ ବିଦ୍ୟତୁ ହେବାରୁ ବଞ୍ଚିତ । ଟାଟା ପାୱାର ନିଯୁକ୍ତି ଦେଇ ଥିବା କର୍ମଚାରୀଙ୍କ ଦାୟୁତ ହୀନତାଯୋଗୁ ଲୋକ ମାନେ ହେଉଛନ୍ତି ହନ୍ତସନ୍ତ।କଣ୍ଟିଲୋରେ ଥିବା ଜେଇ ଦୀର୍ଘ10ବର୍ଷରୁ ଉର୍ଦ୍ଧ ସମୟ ଧରି ଗୋଟିଏ ସ୍ଥାନରେ ରହି ଥିବାରୁ ଏଭଳି ଅବ୍ୟଅବସ୍ଥା ହେଉଅଛି ବୋଲି ଲୋକମାନେ କହନ୍ତି। ଅନ୍ୟ ପକ୍ଷରେ ବିଭାଗୀୟ ଜେଇଙ୍କର ଅଲଗା ବିଦ୍ୟତ ସେକ୍ସସନକୁ ବଦଳି ହୋଇଥିଲେ ମଧ୍ୟ ଦେଇ ସାରେ ଗାଦି ଛାଡ଼ିବାକୁ ରାଜି ନାହାନ୍ତି । ଏଠାରେ କି ମହୁ ଅଛି ଯେ ଜେଇ ସାରେ ଅର୍ଥ ,ବଳ ଏପରିକି କୁଜି ନେତାଙ୍କ ସାହାଯ୍ୟ ନେଇଛନ୍ତି ବୋଲି ଲୋକମାନେ ଆଲୋଚନା କରୁଛନ୍ତି।କଣ୍ଟିଲୋ ସେକ୍ସନପୂର୍ବରୁ ବଡ ଫିଡ଼ର ହେଇ ଥିବାରୁ ବାରମ୍ବାର ବିଦ୍ୟତୁ ବିଭ୍ରାଟ ହେଉଥିଲା ଏହା କୁ ଲକ୍ଷ ରଖି କଣ୍ଟିଲୋ ଠାରୁ ଅଲଗା କରି ନୂତନ ଭାବେ କୋଟ ପୋଖରୀ ଠାରେ ଏକ ଷ୍ଟ୍ରକଚର କରାଯାଇ, ବରକୋଳି, ଖଳିସାହି,କଣ୍ଟିଲୋ ଏବଂ ସିଂହାପଡା ସବୁଅଲଗା ଫିଡ଼ର ସୃଷ୍ଟି ହେଲା।କୋଟପୋଖରୀ ଷ୍ଟ୍ରକଚର ରୁ ସିଂହାପଡା ଅଲଗା ଫିଡ଼ର ହେବା ଫଳରେ ଆଉ ସିଂହାପଡା ଗଡ଼ିଆସାହି, କିଆଝର, କଣ୍ଟିଲୋ ଷ୍ଟ୍ରକଚର ଉପରେ ନିର୍ଭର ହେଲା ନାହିଁ।ତେବେ ଦୀର୍ଘ15କି ମି ଦୂରତା କମି ମାତ୍ର5କିମି ଦୂରତା ମଧ୍ୟରେ ବି ବାରମ୍ବାର ବିଦ୍ୟତୁ ବିଭ୍ରାଟ ହେଉଛି।,ଏଠାରେ ଥିବା ସ୍ଥାନୀୟ ଲାଇନମ୍ୟାନଙ୍କୁ ବିଦ୍ୟତୁ ସମ୍ପର୍କରେ ପଚାରିଲେ ଉତର ଦେଉଛନ୍ତି ଆମେ ଟାଟାର ନୁହେଁ ଆମେ ସ୍ୱସ୍ତିକ ଲାଇନ ମ୍ୟାନ।ଆମେ ରାତି କଥା କହି ପାରିବୁ ନାହିଁ, ଟାଟାର ଲାଇନମ୍ୟାନ ଙ୍କୁ ପଚାର।ଏଭଳି ଖାମ ଖିଆଲି ଉତରଦେଇ ବିଦ୍ୟତୁ କାଟ ମନ ଇଛା କରୁଛନ୍ତି।ଏରିଆ ରେ ବିଦ୍ୟତୁ କଟିଲେ କଣ୍ଟିଲୋ ଜେଇଙ୍କ ପାଖରେ ଖବର ରହୁନି। ମନଇଚ୍ଛା ବିଦ୍ୟତୁ କାଟୁଛନ୍ତି।ଘଟଣା ସମ୍ପର୍କରେଏସ ଡିଓ ଖଣ୍ଡପଡ଼ାଙ୍କୁଫୋନ ଯୋଗେ ଅଭିଯୋଗ କଲେ ସଠିକ ଉତ୍ତର ମିଳୁନାହିଁ ।ଏହି ଭଳି ବାରମ୍ବାର ହେଉଥିବା ବେଳେ ଟାଟା ପାୱାର ଏବଂସ୍ୱସ୍ତିକ ଗ୍ରୁପ ଦୃଷ୍ଟି ଦେବାକୁ ଦାବିହେଉଛି ନଚେତ ଆଗାମୀ ଦିନରେ ସ୍ଥାନୀୟ ବିଦ୍ୟୁତ ଉପଭୋକ୍ତା ମାନେ ରାସ୍ତା ଉପରକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ, ୧/୭/୨୦୨୩-----୮,୩୫ Sakhigopal News,1/7/2023