ୟଙ୍ଗ ଇଣ୍ଡିଆ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ନିଶୁକ୍ଳ ସ୍ୱାସ୍ଥ୍ୟ ପରାମର୍ଶ ଶିବିର
ସାକ୍ଷୀଗୋପାଳ ---- ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ୟଙ୍ଗ ଇଣ୍ଡିଆ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ଳୁବସାମ ହେଲଥ କେୟାର, ଆମେରି ହସ୍ପଟିଲା, ସ୍ୱାସ୍ଥ୍ୟ ଲାବଟ୍ରେରୀ, ଇନଭେଟିଭ ସ୍ମାଇଲି, ଲରେନସ ଓ ମାସ୍କ ପକ୍ଷରୁ ଏକ ଦିନିକିଆ ନିଶୁକ୍ଳ ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅହମ୍ମଦପୁର ସ୍ଥିତ ରିହା ଭାରତ ଗ୍ୟାସ ବିତରକ ଡିପୋ ନିକଟରେ ଏହି ଶିବିରର ଆୟୋଜନ କରାଯାଇଥିଲା । ଭେଷଜ, ଚକ୍ଷୁ, ଦନ୍ତ, ଶିଶୁ ଓ ସ୍ତ୍ରୀରୋଗ ବିଶେଷଜ୍ଞ ମାନଙ୍କ ଦ୍ୱାରା ପ୍ରାୟ ୩ଶହମହିଳା ପୁରଷ ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯାଇଥିଲା । ୟଙ୍ଗ ଇଣ୍ଡିଆର ହେଲଥ ଭଟିକାଲର ସଭାନେତ୍ରୀ ଡ. ପରସ୍ମିତା ତେଜସ୍ମନି ଓ ଲୁବସାନ ହେଲଥ କେୟାରର ଏମ.ଡି ଶେଖ ଅବଦୁଲ ସମିମ ଡାକ୍ତର ମାନଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିବା ସହ ସ୍ୱାସ୍ଥ୍ୟ ପରାମର୍ଶ ଶିବିରକୁ ପରିଚାଳନା କରିଥିଲେ । ଏହି ଶିବିରରେ ଦନ୍ତ ବିଭାଗର ଡ. ସ୍ୱସ୍ତୀକି ଶତପଥୀ, ଡ. ପିୟାଲ ଜେଲ ଯୋଗ ଦେଇଥିବା ବେଳେ ଡ. ଲେନସ ରୋଦ୍ରି, ଡ. ସୁଭପିୟା ରାଉତରାୟ, ଡ. ସୁଜିଲ ନନ୍ଦ ଚକ୍ଷୁ ବିଭାଗର ଓ ଡ. ସ୍ମୁତିଦାଶ ମହାପାତ୍ର ଶିଶୁ ରୋଗ ବିଶେଷଜ୍ଞ ଓ ଭେଷଜର ଡ. ସୁବାଷ ଚନ୍ଦ୍ର ପାଢ଼ୀ ଉପସ୍ଥିତ ରହି ଲୋକମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବିଭିନ୍ନ ରୋଗ ନିରାକରଣ ପାଇଁ ପରାମର୍ଶ ଦେଇଥିଲେ । ଲୁବସାମ ହେଲଥ କେୟାର ସଂସ୍ଥାର ଅପରେସନ ମ୍ୟାନେଜର ଛୁନା ସେନାପତି, ଅନୁଷ୍ଠାନର ମାକେଟିଂ ଅଫିସର ଡମ୍ବୁରଧର ମଲ୍ଲିକ ଓ ମାସ୍କକୋର୍ଟ ସଂସ୍ଥାର ଉପସଭାପତି ବିକ୍ରମ କୁମାର ସ୍ୱାସ୍ଥ୍ୟ ପରାମର୍ଶ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୪/୨୦୨୩----୩,୫୦ Sakhigopal News, 7/4/2023