ରାମହରି ଦାସ ଓଡିଶୀ ଗୁରୁକୂଳର ୯ମ ବାର୍ଷିକ ଉତ୍ସବ ଉଦଘାଟିତ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବନ୍ଦପୁର ସ୍ଥିତ ରାମହରି ଦାସ ଓଡିଶୀ ଗୁରୁକୂଳର ୯ ମ ବର୍ଷିକ ଉତ୍ସବ ଉଦଘାଟିତ ହୋଇଯାଇଛି । ଗୁରୁକୂଳ ଅନୁଷ୍ଠାନ ପରିସରରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ଉଦଘାଟିତ ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ଗୁରୁ ଧନେଶ୍ଵର ସ୍ବାଇଁଙ୍କ ସଭାପତିତ୍ବ ରେ ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଗୁରୁ ରାମହରି ଦାଶ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁରୁ ଡ, ବିଜୟ କୁମାର ଜେନା,ଓଡ଼ିଶୀ ସଙ୍ଗୀତ ନାଟକ ଏକାଡେମୀ ର ସମ୍ପାଦକ ପ୍ରବେଶ କୁମାର ରଥ, ରାମହରି ଦାସ ଓଡିଶୀ ଗୁରୁକୁଳ ଟ୍ରଷ୍ଟ ବୋର୍ଡର ନ୍ଯାସି ଗୁରୁ ସୁକାନ୍ତ କୁମାର କୁଣ୍ଡୁ, ଗୁରୁ ନିମାକାନ୍ତ ରାଉତରାୟ ଗୁରୁ ଡ, ସଚ୍ଚିକାନ୍ତ ନାୟକ, ଅନୁଷ୍ଠାନ ର ସମ୍ପାଦକ ଗୁରୁ ହିମାଂଶୁ ଶେଖର ନାୟକ, ଅନୁଷ୍ଠାନ ର ଉପସଭାପତି ଗୁରୁ ଚିତ୍ତରଞ୍ଜନ ମଲ୍ଳିଆ,ବ୍ରଜ କିଶୋର ପ୍ରଧାନ, ଜଳନ୍ଧର ପ୍ରଧାନ ପ୍ରମୁଖ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଓଡ଼ିଶୀ ସଙ୍ଗୀତ ସଠିକ ଭାବେ ଗାନ କରିଲେ ଜଗତର ନାଥ ଜଗନ୍ନାଥଙ୍କ ସେବା ଆମେ କରିପାରିବା । ଆମ ସଂସ୍କୃତି ଓ ଆମ ପରମ୍ପରାକୁ ଯେପିର ଆଗାମୀ ଦିନର ପୀଢ଼ି ଭୁଲିନଯାଆନ୍ତୁ । ପିଲାମାନଙ୍କ ଅବିଭାବକ ମାନେ ସେମାନଙ୍କ ପିଲାଙ୍କୁ ସଂଗୀତ ସମ୍ପର୍କରେ କିଛି ଜ୍ଞାନ ଦେବା ସହିତ ଏଠାରୁ ଶିକ୍ଷା ଗ୍ରହଣ କରି ପିଲାମାନେ ଦେଶ ବିଦେଶରେ ନାମ କରନ୍ତୁ ତାହା ହେଉଛି ଏହି ଅନୁଷ୍ଠାନର ଲକ୍ଷ୍ୟ ବୋଲି ଅତିଥି ମାନେ କହିଥିଲେ । ଗୁରୁକୂଳ ପକ୍ଷରୁ ଅତିଥି ମାନଙ୍କୁ ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ସଙ୍ଗୀତର ଗବେଷକ ତଥା ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ଙ୍କୁ ଉତ୍ତରୀୟ, ମାନପତ୍ର, ପୁଷ୍ପଗୁଚ୍ଛ ସହିତ ୨୫ ହଜାର ଟଙ୍କା ରଚେକ ପ୍ରଦାନ କରାଯାଇଥିଲା।
ଏକକ ଓଡିଶୀ ଶାସ୍ତ୍ରୀୟ ଗାୟନ କରିଥିଲେ ରୂପକ କୁମାର ପରିଡା ଭୁବନେଶ୍ୱର, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଓଡିଶୀ କଣ୍ଠ ସଙ୍ଗୀତ ବିଭାଗ ପକ୍ଷରୁ ବୃନ୍ଦ ଓଡିଶୀ ଶସ୍ତ୍ରୀୟ ଗାୟନ କରାଯାଇଥିଲା । ଶେଷରେ ଉତ୍କଳ ସଂଙ୍ଗୀତ ମହାବିଦ୍ୟାଳୟର ବଂଶୀ ବିଭାଗର ଛାତ୍ର ମାନଙ୍କ ଦ୍ୱାରା ବୃନ୍ଦ ବଂଶୀ ଶାସ୍ତ୍ରୀୟ ବାଦନ କରାଯାଇଥିଲା । ଗୁରୁକୂଳର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସରସ୍ୱତୀ ବନ୍ଦନା, ମଙ୍ଗଳା ଚରଣ, ବସନ୍ତ ପଲ୍ଲବୀ ସହିତ ବିଭିନ୍ନ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଉତ୍ସବକୁ ସଂଯୋଜନା କରିଥିଲେ ଡକ୍ଟର ଶ୍ରୀନିବାସ ଘଟୁଆରୀ । କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଗୁରୁକୂଳ ସଦସ୍ୟ ଓ ଛାତ୍ର ଛାତ୍ରୀ ମାନେ । ଶେଷରେ ଗୁରୁକୂଳର ଉପସଭାପତି ଶ୍ରୀ ମଲ୍ଳିଆ ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୪/୨୦୨୩----୯,୦୦ Sakhigopal News,7/4/2023