Breaking News

ଜଳଛତ୍ର ଓ ପ୍ରତିଭା ସମ୍ବର୍ଦ୍ଧନା କାର୍ଯକ୍ରମ ଅନୁଷ୍ଠିତ



ବରଗଡ଼---- ବରଗଡ଼ ର ଜଣାଶୁଣା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ସରଲା ଠାରେ ଜଳଛତ୍ର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ ର ପୂର୍ବତନ ବିଧାୟକ ତଥା ଓଡିଶା ରାଜ୍ୟ ଯୋଜନା ବୋର୍ଡ଼ ର ସଦସ୍ୟ ସାଧୁଚରଣ ନେପାକ,ଆନ୍ତର୍ଜାତିକ କ୍ରୀଡାବିତ ତଥା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କରିଥିବା ଖେଳାଳି ସନ୍ତୋଷ କୁମାର ପ୍ରଧାନ ଓ ମେହେର ମୋବାଇଲ୍ ର ଅଧ୍ୟକ୍ଷ ରୁଷି ମେହେର ଯୋଗଦାନ କରି ଜଳଛତ୍ର କୁ ଶୁଭ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ସଭାପତି ମୁକୁନ୍ଦ ଦାଶ କାର୍ଯକ୍ରମ କୁ ପରିଚାଳନା କରିଥିବା ବେଳେ ମହାମାରୀ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରିଥିବା ପାଇଁ ୧୧ ଜଣ ମହିଳା ସମାଜସେବୀ ଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହିତ ଅନୁଷ୍ଠାନ ପକ୍ଷରୁ ଆଉ ୧୧ ଗୋଟି ଜଳଛତ୍ର ଖୋଲାଯିବା ପାଇଁ ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ଜଳଛତ୍ର ୨ମାସ ପର୍ଯ୍ୟନ୍ତ ରହିବ ବୋଲି ମଧ୍ୟ ସୂଚନା ପ୍ରଦାନ କରାଯାଇଛି। 
  ଅତାବିରା, ବରଗଡ, ପାଇକମାଲ୍, ପଦ୍ମପୁର, ଅମ୍ବାଭୋନା, ଭଟଲି ଓ ଭେଡେନ ରେ ଆଗାମୀ ଦିନରେ ଖୋଲା ଯିବ ବୋଲି ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ମୁକୁନ୍ଦ ଦାଶ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବନ୍ଧା, ସରଲା, ଜାମପାଲି,ଲସ୍ତଲା  କୁମ୍ଭାରୀ ,କମଗା ଓ ଜାମପାଲି ରୁ ମହିଳା ସଦସ୍ୟ ମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରେ ଏରବାବୁ, ଆବୁ, ଡିଲେଶ୍ପରୀ, ସନ୍ତୋଷ, ସଚିନ ,ଯଶୋଦା, ରୁଷି ମେହେର ସହଯୋଗ କରିଥିଲେ। ପ୍ରକାଶ ଥାଉକି ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ପ୍ରତ୍ୟେକ ବର୍ଷ ଖରା ମାସରେ ଜଳ ଛତ୍ର ଖୋଲା ଯାଇଥାଏ।
 ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୪/୨୦୨୩ ----୭,୧୦ Sakhigopal News,6/3/2023

Blog Archive

Popular Posts