ଦୁଇ ଗୋଟି ଗ୍ରାମ ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶୁକଳ ଓ ଆଳିଶ ଗ୍ରାମ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମବାସୀଙ୍କ ସହିତ ସୂଚନା ଅଧିକାରୀ କର୍ମୀ କାହ୍ନୁ ଚରଣ ପ୍ରଧାନ ଜିଲ୍ଲାପାଳଙ୍କ ସହିତ ସମସ୍ତ ବିଭାଗୀୟ କାର୍ଯ୍ୟାଳୟକୁ ପତ୍ର ମାଧ୍ୟମରେ ନିବଦେନ କରିଥିବା ଜଣାପଡିଛି । ସୁଚନା ଯୋଗ୍ୟ ଯେ ଶୁକଳ ଗ୍ରାମ ପଞ୍ଚାୟତ ପାଇଁ ଶୁକଳ ମେଳଣ ପଡିଆରେ ଥିବା ପାଣି ଟାଙ୍କି ସଠିକ ଭାବେ ପାଣି ଯୋଗାଇ ପାରୁନାହିଁ ।ସେହିପରି ଶୁକଳ ଗ୍ରାମ ପଞ୍ଚାୟତର ମାର୍କଣ୍ଡପଡା ଗ୍ରାମରେ ତିଆରି କରାଯାଇଥିବା ବସୁଧା ଧାରରେ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହେବା ଦିନ ଠାରୁ ଚଳ ହୋଇ ପଡି ରହିଛି । ଅନ୍ୟ ପକ୍ଷେ ଜଳସ୍ତର କମି କମି ଯାଉଥିବାରୁ ଗ୍ରାମ ଗଣ୍ଡରେ ଥିବା ନଳକୂପ ଗୁଡିକ ଏବେ ଅଚଳ ହୋଇ ପଡିଛି । ଯାହାକି ମାର୍କଣ୍ଡପଡା, ଶୁକଳର ତିନି ପଡା, ଶୁକଳପଡା, ପୁଆଲିପାରି, ବାମବରଡା, ଦକ୍ଷିଣକେରା, ଦୋଖଣ୍ଡପୁର, ଆଳିଶ ,ଆଳିଶ ପାଟଣା ଓ ଚୁରାଳି ଆଦି ପ୍ରଭୃତି ଗ୍ରାମବାସୀ ଏବେ ଠାରୁ ପାନୀୟ ଜଳ ପାଇଁ ନାହିଁ ନଥିବା ଦର୍ଶାଭୋଗୁଛନ୍ତି । ତୁରନ୍ତ ଉକ୍ତ ଗ୍ରାମ ପଞ୍ଚାୟତକୁ ବ୍ଳକ ଓ ପଞ୍ଚାୟତ ସ୍ତରରୁ ଯୁଦ୍ଧକାଳୀନ ମଧ୍ୟରେ ପାନୀୟ ଜଳ ଟ୍ରାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ଦାବି କରାଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୪/୨୦୨୩----୭,୨୦ Sakhigopal News,6/4/2023