Breaking News

୭୫ ଲିଟର ଦେଶିମଦ ଜବତ, ତିନି ଜଣ ମଦ ବେପାରୀ ଗିରଫ


ପୁରୀ---  ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ବାଲିଦଣ୍ଡl ଏରିଆରୁ ( 1)ସୁବାଷ ମଲ୍ଲିକ, (2)ରିତା ନାଏକ ଏବଂ ନୂଆହାଟ ବଜ଼ାରରୁ (3) ବିକ୍ରମ କୁମାର ସାହୁଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ 25 ଲିଟର ଲେଖାଏଁ ସମୁଦାୟ 75 ଲିଟର aska-40( ଦେଶୀ ମଦ ) ଜବତ କରାଯାଇଛି। ତିନିଜଣ ଆସାମୀଙ୍କୁ କୋ ଣାର୍କ ଅବକାରୀ ଥାନା କେସ ନଂ -4,5, & 6/23-24 ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ କାରାଗାର ପଠାଯାଇଛି । ଏହି ଚଢ଼ାଉରେ ASI ଶ୍ରୀ ଲୋକନାଥ ପାତ୍ର, Staff-ସ୍ଵାଗତିକା ଘଡେଇ, ବିଶ୍ୱଜିତ ମହାପାତ୍ର, ସେକ ୱାରିସ, ଆଶିଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ। ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୦/୪/୨୦୨୩---୬,୪୫ Sakhigopal News,10/4/2023

Blog Archive

Popular Posts