୮୧ଗ୍ରାମ ଧଳା ଜହର ଜବତ , ଜଣେ ଗିରଫ
ପୁରୀ---- ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ସାତପଡ଼ା ଅବକାରୀ ଥାନା ଅଧିକାରୀ ଶ୍ରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମଗିରି ଥାନା ଅଧୀନସ୍ଥ ବିଦୁରବାଙ୍କ ଗ୍ରାମରେ ଚଢ଼ାଉ କରିଥିଲେ। ବେଆଇନ ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ କଂଗ୍ରେସ ପ୍ରଧାନ, ବୟସ-40
ଗାଁ-ବିଦୁରବାଙ୍କ,ଥାନା-ବ୍ରହ୍ମଗିରି,ଜିଲ୍ଲା-ପୁରୀଙ୍କୁ ଗିରଫ କରିଛି ପୋଲିସ।ତାଙ୍କ ପାଖରୁ 81 ଗ୍ରାମ ବ୍ରାଉନ ସୁଗାର ଜବତ କରି ସାତପଡ଼ା ଅବକାରୀ ଥାନା କେସ ନଂ-3/23-24 ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ପୁରୀ କାରାଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ଅନୁମାନିକ ମୂଲ୍ୟ ପ୍ରାୟ 8,10,000 ଟଙ୍କାରୁ ଉର୍ଦ୍ଧ ହେବ । ଏହି ଚଢ଼ାଉରେ କର୍ମଚାରୀ ସଂଜିପ ହସ୍ତୀ, ଅଭିଜିତ ପ୍ରଧାନ, ଜ୍ୟୋତିସ୍ମିତା,ବିଶ୍ୱଜିତ ପ୍ରମୁଖ ସାମିଲ ଥିଲେ। ଧୀରେନ୍ଦ୍ର ସେନାପତି,୧୧/୪/୨୦୨୩ -----୧୧୪୫ Sakhigopal News,11/4/2023