ପେଣ୍ଠପଡା ଗ୍ରାମ ପଞ୍ଚାୟତ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିଲା
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଜୟପୁର- ସାରଙ୍ଗଯୋଡି ରାସ୍ତାର ହରିଶରଣପୁର ଗ୍ରାମ ମୁଣ୍ଡରେ ଓ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ଦୁଇଟି ଜଳଛତ୍ର କେନ୍ଦ୍ର ଉଦଘାଟନ ହୋଇଯାଇଛି । ଖରାତାପ ବଡିବା ସହିତ ଅସହ୍ୟ ଗରମ ଯୋଗୁ ଲୋକମାନେ ପାନୀୟ ଜଳ ପାଇଁ ବହୁ ଅସୁବିଧାରେ ପଡୁଛନ୍ତି । ଏହାକୁ ନଜର କରି ସତ୍ୟବାଦୀ ବିଡିଓଙ୍କ ନିର୍ଦ୍ଦେଶ କ୍ରମେ ପେଣ୍ଠପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଜଳଛତ୍ର କେନ୍ଦ୍ରର ଶୁଭାରମ୍ବ କରାଯାଇଛି । ଏହି ଜଳଛତ୍ରକୁ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସେଠାରେ ସ୍ଥାନୀୟ ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସମାନ୍ତରାୟ, ସାମ୍ବାଦିକ ତୁଷାର ରଞ୍ଜନ ନାୟକ ଓ ପେଣ୍ଠପଡା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସାରଙ୍ଗଧର ସ୍ୱାଇଁଙ୍କ ସହିତ ପ୍ରମୁଖ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ପେଣ୍ଠପଡା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସାକ୍ଷୀଗୋପାଳ ରେଳୱେ ଲେବୁଲକଂସ୍ରି ନିକଟ ଓ ଚନ୍ଦନପୋଖରୀ ନିକଟରେ ଦୁଇଟି ଜଳଛତ୍ର ବହୁ ଶିଘ୍ର ଖୋଲାଯିବ ବୋଲି ସ୍ଥାନୀୟ ସରପଞ୍ଚ ଶ୍ରୀ ରାଉତ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୪/୨୦୨୩---୭,୧୦ Sakhigopal News , 11/4/2023