ସରକାରୀ ବିଦ୍ୟାଳୟରେ ଦଶମ ପରୀକ୍ଷା ଫଳକୁ ନେଇ ଚିନ୍ତିତ ଅବିଭାବକ
ଜଟଣୀ :-ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ରାଜାବଜାର କ୍ଲଷ୍ଟର ସିଆରସିସି କପିଳାସ ପୂଜାରୀ ଙ୍କ ଅଧୀନରେ ଥିବା ଏନ. ଡି. ଆର. ସି ସରକାରୀ ଉଚ୍ଚ ବିଦ୍ୟାଳୟ, ପ୍ରାଣନାଥ ଉଚ୍ଚ ବିଦ୍ୟାଳୟ ।ସରକାରୀ ବାଳିକା ବିଦ୍ୟାଳୟ ଏବଂ ହାଟବଜାର କ୍ଲଷ୍ଟର ସିଆରସିସି ଅଜୟ ସେଠି ଙ୍କ ଅଧୀନରେ ଥିବା ସୁଶୀଳାଦେବୀ ପ୍ରଗତି ବିଦ୍ୟାପୀଠ, କୁଦିଆରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ନିମ୍ନ ମାନର ଦଶମ ପରୀକ୍ଷା ଫଳକୁ ନେଇ ଚିନ୍ତିତ ଅବିଭାବକ ଏବଂ ବୁଦ୍ଧିଜୀବୀ l ସୂଚନା ମୁତାବକ ସ୍ଥାପିତ ସରକାରୀ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତି ପାଇଥିବା ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ଶିକ୍ଷାଦାନ ପଦ୍ଧତି ସମ୍ପୂର୍ଣ୍ଣ ନିମ୍ନ ସ୍ତରର l ଯଦି ରାଜ୍ୟ ସରକାରଙ୍କ ଅନୁମୋଦିତ ବେସରକାରୀ ବିଦ୍ୟାଳୟ ସରସ୍ବତୀ ଶିଶୁ ମନ୍ଦିର ର ଶିକ୍ଷା ପଦ୍ଧତି ସହ ବିଦ୍ୟାଳୟର ଗୁରିଜି ଗୁରୁମାଙ୍କ ଶିକ୍ଷାଦାନ ପଦ୍ଧତି ଅତି ଉଚ୍ଚ କୋଟିର ହେତୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଦଶମ ପରୀକ୍ଷାରେ ଛାତ୍ରଛାତ୍ରୀ ମାନେ ଏ-୧,ଏ-୨,ବି-୧, ବି-୨ ରେ ଶତପ୍ରତି ଶତ ପରୀକ୍ଷାରେ ଉତୀର୍ଣ୍ଣ ହେଉଥିବା ସ୍ଥଳେ ସରକାରୀ ବିଦ୍ୟାଳୟ ମାନଙ୍କରେ ସି ଏବଂ ଡି ବିଭାଗରେ ଅନେକ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇ ଉଚ୍ଚ ଶିକ୍ଷପାଇଁ ଅସୁବିଧା ଭୋଗିଥାନ୍ତି l ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ସରକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ୪୦ ରୁ ୫୦ ହଜାର ଟଙ୍କା ଦରମା ପାଉଥିବା ସ୍ଥଳେ ଶିଶୁମନ୍ଦିର ଗୁରୁଜୀ ଗୁରୁମା ଅତିବେଶୀରେ ୫ ରୁ ୭ ହଜାର ଦରମା ପାଇ ସେଥିରେ ନିଷ୍ଠାର ସହ ଶିକ୍ଷାଦାନ ଦେଇ ଶିଶୁଙ୍କ ଭବିଷ୍ୟତ ଚିନ୍ତା କରିବା ସ୍ଥଳେ ସରକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପ୍ରତି ଚିନ୍ତିତ ନ ଥାନ୍ତି l ବିଦ୍ୟାଳୟ ପରିଚାଳନା ପାଇଁ ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ଗଠିତ ବିଦ୍ୟାଳୟ ପରିଚାଳନା କମିଟି, ପିତାମାତା ଶିକ୍ଷକ ସଂଘଠନ ଏବଂ ମାତା ଶିକ୍ଷକ ସଂଗଠନ ରେ ଥିବା ସଦସ୍ୟ ମାନଙ୍କ ଦୁର୍ବଳ ମନୋଭାବ ଏବଂ ଅପାରଗତା ପାଇଁ ସରକାରୀ ବିଦ୍ୟାଳୟର ଆଜି ଦୟନୀୟ ଅବସ୍ଥା l ଯାହାର ଶିକ୍ଷକତା ଯୋଗ୍ୟତା ଶୂନ । ଯାହା ନାମରେ ପୂର୍ବରୁ ବିଭିନ୍ନ ଘଟଣାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତି ମାନେ ସରକାରଙ୍କ ଦ୍ୱାରା ଗଠିତ ସଂଗଠନରେ ରହି ବିଦ୍ୟାଳୟ ଗୁଡିକରେ ଶିକ୍ଷା ପଦ୍ଧତିକୁ କ୍ଷୁର୍ଣ କରିଥାନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି l ବିଦ୍ୟାଳୟ ମାନଙ୍କରେ ଅଭିଜ୍ଞ ଶିକ୍ଷକଙ୍କ ଅଭାବ ଏବଂ ବିଷୟ ଗତ ଅଧ୍ୟୟନ ପାଇଁ ଶିକ୍ଷକ ନିଯୁକ୍ତିର ଅଭାବ ହେତୁ ଶିଶୁଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସରକାର l ସରକାରୀ ନିଯୁକ୍ତି ପାଇଥିବା ବ୍ଲକ ଶିକ୍ଷା ଅଧିକାରୀ ଏବଂ ବିଦ୍ୟାଳୟ ତଦାରଖ ପାଇଁ ନିଯୁକ୍ତ ସିଆରସିସି ମାନଙ୍କର କାର୍ଯ୍ୟଦକ୍ଷତା ଉପରେ ଉଠୁଛି ପ୍ରଶ୍ନ l ବିଦ୍ୟାଳୟ ଗୁଡିକରେ ପାଠ ପଢା ବ୍ୟତିକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛନ୍ତି l ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ସ୍ଥାନୀୟ ଉଚ୍ଚ ଶିକ୍ଷିତ ଯୁବକ ଏବଂ ପୁରାତନ ଜ୍ଞାନୀ ମାନି ବ୍ୟକ୍ତି ଙ୍କ ମିଳିତ ସହଯୋଗରେ ବିଦ୍ୟାଳୟ ଗୁଡିକର ଶିକ୍ଷାଦାନ ପଦ୍ଧତି ଉନ୍ନତି ନିମନ୍ତେ ସରକାରଙ୍କ ନିକଟରେ ଉପସ୍ଥାପନା କଲେ ବିଦ୍ୟାଳୟର ଉନ୍ନତି ହୋଇପାରିବ ବୋଲି ମତ ପ୍ରକାଶ କରିଛନ୍ତି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୫/୨୦୨୫---୯,୨୦ Sakhigopal News,6/5/2025