ଘୁମୁସର ବନଖଣ୍ଡରୁ ପୁରୀ କୁ ଗଲା ରଥକାଠ , ବାଇବାଲି ରୁ ଭଂଜନଗର , ସବୁଠି ଭକ୍ତିମୟ ପରିବେଶ
ଭଞ୍ଜନଗର - ଅଞ୍ଚଳବାସୀଙ୍କ ଦୀର୍ଘଦିନ ର ଉତ୍ସାହ ପୁରଣ ହେଲା । ଭକ୍ତିମୟ ପରିବେଶ ରେ ପୁରୀକୁ ଗଲା ରଥକାଠ । ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ବାଇବାଲି ଜଙ୍ଗଲରୁ ସଂଗୃହିତ କାଠ କୁ ପୂଜାର୍ଚ୍ଚନା କରି ଟ୍ରଲର ସାହାଯ୍ୟରେ ଅଣାଯାଇଥିଲା ଭଂଜନଗର । ଭଂଜନଗର ନିକଟ ଶ୍ରୀରାମ ନଗର ଠାରୁ ଲୋକେ ରଥ କାଠ କୁ ପୂଜାର୍ଚ୍ଚନା କରିଥିଲେ । ସେଠାରୁ ଚକରା ବିଷୋୟୀ ଛକ , ବନବିଭାଗ ଡିଭିଜନ କାର୍ଯ୍ୟାଳୟ , ଭେଜିପୁଟ ଓ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପୂଜାର୍ଚ୍ଚନା କରି ରଥକାଠ ଟ୍ରଲର କୁ ବିଦାୟ ଦିଆଯାଇଥିଲା । ରାସ୍ତାର ବିଭିନ୍ନ ସ୍ଥାନରେ ଘଣ୍ଟ ମୃଦଙ୍ଗ ବାଜଣା, ଝୋଟି , କୁମ୍ଭ ରଖି ବନ୍ଦାପନା କରିଥିଲେ ମହିଳା ମାନେ । ସୂଚନା ପ୍ରକାରେ ମୁଜାଗଡ ବନାଞ୍ଚଳ ରୁ ୪୦ ଫୁଟ ଲମ୍ବର ୨୦ ଟି ଧଉରା କାଠ ପଠାଯାଇଛି । ଏହାପରେ କେନ୍ଦ୍ରିୟ ବନାଞ୍ଚଳ ଏବଂ ସୋରଡା ଅଞ୍ଚଳ ରୁ ଅନ୍ୟ ସଂଗୃହିତ କାଠ ପଠାଯିବାର ବ୍ୟବସ୍ଥା କରାଯାଉଛି ବୋଲି ବନଖଣ୍ଡିୟ ଅଧିକାରୀ ସୁଦର୍ଶନ ବେହେରା କହିଛନ୍ତି । ଏହି ଆଧ୍ୟାତ୍ମିକ ଶୋଭାଯାତ୍ରାରେ ବନଖଣ୍ଡ ଅଧିକାରୀ ଶ୍ରୀ ବେହେରା ଙ୍କ ସମେତ , ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ , ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ , ବନପାଳ ବଂଶୀଧର ବିଷୋୟୀ , ଅବସରପ୍ରାପ୍ତ ବନ କର୍ମଚାରୀ ଶୂଳପାଣି ଶତପଥୀ , ଅନୁପମ ବାନାର୍ଜୀ ଙ୍କ ସମେତ ବହୁ ସ୍ବେଛାସେବୀ , ବୁଦ୍ଧିଜୀବୀ , ପୁରୁଷ, ମହିଳା ଓ ସ୍ଥାନୀୟ ଅଞ୍ଚଳବାସୀ ସାମିଲ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୪/୨୦୨୩----୧୧,୩୫ Sakhigopal News,11/4/2023