ରାଧାରମଣ ଉଚ୍ଚ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ
ଭଞ୍ଜନଗର----- ଜଗନ୍ନାଥ ପ୍ରସାଦ ବ୍ଲକ ର ଝାଡଭୂମି ଠାରେ ରାଧାରମଣ ଉଚ୍ଚ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତରେ କାର୍ଯ୍ୟକ୍ରମ କୁ ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି । ଏହି ଭବ୍ୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥପ୍ରସାଦ ବି.ଡି.ଓ ଶ୍ରୀ ଅନୁପ ପଣ୍ଡା ,ମୁଖ୍ୟବକ୍ତା ଭାବେ କ୍ଷତ୍ରିୟବରପୁର ଆଂଚଳିକ ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ସୂର୍ଯ୍ୟକାନ୍ତ ମହାନ୍ତି ,ସମ୍ମାନିତ ଅତିଥି ଭାବେ ଜଗନ୍ନାଥ ପ୍ରସାଦ ବ୍ଲକ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀ ବିପ୍ର ଚରଣ ବାରିକ,ଝାଡଭୂମୀ ଗ୍ରାମପଂଚାୟତ ସରପଞ୍ଚ ଶ୍ରୀ ବିପ୍ର ଚରଣ ସ୍ୱାଇଁ,ଯୁବ ସମିତିସଭ୍ୟ ଶ୍ରୀ ଅନୁପ କୁମାର ଭୂୟାଁ,ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ସୁମିତ୍ରା ପ୍ରଧାନ, ଅନୁଷ୍ଠାନ ର ପୂର୍ବତନ ସଂପାଦକ ତଥା ବର୍ଷିୟାନ ନେତା ଶ୍ରୀ ବାଳିନନ୍ଦ ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବର୍ଷିୟାନ ଶିଖାବିତ୍ ଶ୍ରୀ ନିରଞ୍ଜନ ନାୟକ ,ଛାମୁଣ୍ଡା ଗ୍ରାମପଂଚାୟତ ପୂର୍ବତନ ସରପଞ୍ଚ ଶ୍ରୀ ବସନ୍ତ କୁମାର ପ୍ରଧାନ,ପୂର୍ବତନ ସରପଞ୍ଚ ଙ୍କ ପ୍ରତିନିଧି ତଥା ଶିକ୍ଷା ପ୍ରେମୀ ଶ୍ରୀ ଭାଗିରଥି ମାଝି ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସିନ ଥିଲେ । ଏଥିରେ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ନିଜର ବକ୍ତବ୍ୟ ରେ କହିଥିଲେ ଆଜିର ଛାତ୍ର,ଛାତ୍ରୀ ମାନେ କାଲିର ଦେଶର ଭବିଷ୍ୟତ ସେମାନେ ଘର ର ଜଣେ ଜଣେ ସଂମ୍ପତି (Asset ) । ଆମେ ପାଠ ପଢିବା ସମୟ ବା ପୂର୍ବ ଭଳି ଆଉ ଝାଟିମାଟି ଚାଳ ଛପର ଗୋବର ଲିପା ଘର ନାହଁ । ବର୍ତ୍ତମାନ ଯୁଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହାଇସ୍କୁଲ ପିଲାମାନଙ୍କ ପାଇଁ ଉତ୍ତମ ପାଠ ପଢିବା ସକାଶେ ୫ଟି ଅଧୀନରେ ହାଇସ୍କୁଲ ମାନଙ୍କ ର ନୂତନ ରୂପାନ୍ତିକରଣ ଓ ସୁଦୃଢ଼ ଶୈକ୍ଷିକ ଭିତ୍ତିଭୂମି ତଥା ଆଧୁନିକ ଜ୍ଞାନ କୌଶଳ ରେ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ସ୍ମାର୍ଟ କ୍ଲାସ ଭଳି ବିଭିନ୍ନ ସୁବିଧା ସୁଯୋଗ ଯୋଗେଇ ଦେଉଛନ୍ତି । ଆମେ ମାନେ ସ୍ମାର୍ଟ କ୍ଲାସ ରେ ପାଠ ପଢି ସ୍ମାର୍ଟ ହେଇ ରହିବ ଏବଂ ଆମର ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଓ ମାନ୍ୟବର କନ୍ଧମାଳ ସାଂସଦ ଶ୍ରୀ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ଏହି ଅଂଚଳ ର ସମସ୍ତ ଶିକ୍ଷା ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ଗମନା ଗମନ ଓ ଶ୍ରେଣୀଗୃହ ର ଭିତ୍ତିଭୂମି ସୁଦୃଢ଼ ହୋଇପାରିଛି ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀ ମାନେ ଭଲ ରେ ପାଠ ପଢିଲେ ସେମାନଙ୍କ ସୁନେଲୀ ଭବିଷ୍ୟତ ଗଠନରେ ଦେଶ ବେଶ୍ ସହାୟକ ହେବା ସଙ୍ଗେ ସଙ୍ଗେ ନିଜ ପିତାମାତା,ପରିବାର ଆର୍ଥିକ ଓ ସାମାଜିକ ସ୍ଥତି ସୁଦୃଢ଼ୀ ହୋଇପାରିବ। ପରିଶେଷରେ ବିଦ୍ୟାଳୟ ଶିକ୍ଷକ ସୁଧୀର କାନ୍ତ ସାମନ୍ତରାୟ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସାଙ୍ଗ୍ କରିଥିଲେ । ପରବର୍ତ୍ତୀ ସମୟ ରେ ନାଚ, ଗିତ ପରି ସଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅତିଥି ମାନଙ୍କ ଦ୍ୱରା କରାଯାଇଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୨/୨୦୨୩-----୮,୧୦ Sakhigopal News,10/2/2023