କେନ୍ଦ୍ର ସରକାରଙ୍କ ଯୁଗାନ୍ତକାରୀ ବଜେଟ୍ କୁ ନେଇ ଭଞ୍ଜନଗରରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ଭଞ୍ଜନଗର- କେନ୍ଦ୍ର ର ନରେନ୍ଦ୍ର ମୋଦୀ ସରକାର ଚଳିତ ବର୍ଷ ଏକ ଯୁଗାନ୍ତକାରୀ ବଜେଟ୍ ଆଣିଛନ୍ତି। ଯାହାକି ଭାରତକୁ ବିଶ୍ବର ୫ମ ଅର୍ଥନୈତିକ ଶକ୍ତି ଭାବେ ବିଶ୍ବ ଦରବାରରେ ପରିଗଣିତ କରିଛି। ରାଜ୍ୟ ସରକାର କେନ୍ଦ୍ରକୁ ଯେତିକି ଅର୍ଥ ମାଗିଛନ୍ତି, କେନ୍ଦ୍ର ସରକାର ତାଠାରୁ ଯଥେଷ୍ଟ ଅଧିକ ଅର୍ଥ ଚଳିତ ବଜେଟରେ ରାଜ୍ୟ ସରକାର ଙ୍କ ପାଇଁ ବ୍ୟୟ ବରାଦ କରିଛନ୍ତି। ରେଳଓ୍ବେ କ୍ଷେତ୍ରରେ ଓଡ଼ିଶା କୁ ଅଧିକ ୨୦ପ୍ରତିଶତ ଅର୍ଥ କେନ୍ଦ୍ର ଦେଇଛି ବୋଲି ଭଞ୍ଜନଗର ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ବର ପରିଡା ଉଲ୍ଲେଖ କରିଛନ୍ତି। ତେବେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା କୁ ଯୋଡିବାକୁ ଥିବା ଗୋପାଳପୁର- ସମ୍ବଲପୁର ରେଳପଥ ପାଇଁ ରାଜ୍ୟ ସରକାର ୨ଶହ କୋଟି ମାଗିଥିବା ବେଳେ କେନ୍ଦ୍ର ମାତ୍ର ୧୦ କୋଟି ଟଙ୍କା କାହିଁକି ଦେଲେ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପରିଡା ଫାଇନାଲ ଡିପିଆର ପ୍ରସ୍ତୁତ କରିବା ରାଜ୍ୟ ସରକାରଙ୍କ କାମ। ଏବେ ସୁଦ୍ଧା ରାଜ୍ୟ ସରକାର ଏହି ରେଳ ପ୍ରକଳ୍ପ ର ଫାଇନାଲ ଡିପିଆର ପ୍ରସ୍ତୁତ କରିନାହାନ୍ତି। ତେଣୁ ରାଜ୍ୟ ସରକାର ନିଜେ ଏଥିପାଇଁ ଆଗ୍ରହ ଦେଖାଇବା ସହ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କଲେ କେନ୍ଦ୍ର ସରକାର ଏଥିପାଇଁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ପ୍ରଦାନ କରିବେ ବୋଲି ବିଜେପି ମୁଖପାତ୍ର ତେଜେଶ୍ବର ପରିଡା ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି। ତେବେ କେନ୍ଦ୍ରୀୟ ଯୋଜନା କୁ ରାଜ୍ୟ ସରକାର ନାମ ପରିବର୍ତ୍ତନ କରି ନିଜର ଯୋଜନା ବୋଲି ଲୋକଙ୍କ ମନରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛନ୍ତି ବୋଲି ସେ ଉଲ୍ଲେଖ କରିବା ସହ ରାଜ୍ୟ ସରକାର ଏଥିରୁ କ୍ଷାନ୍ତ ରହିବାକୁ ସେ ଚେତାବନୀ ଦେଇଥିଲେ। ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ। ଏଠି ଚାଷୀ ତାର ଫସଲକୁ ସରକାର ଙ୍କ ଦ୍ଵାରା ସ୍ଥାପିତ ମଣ୍ଡିରେ ବିକ୍ରି କରି ବେଶ ଦି ପଇସା ପାଇଥାଏ । ଏଥିରେ ତାର ବର୍ଷକର ବଜେଟ୍ ସେ କରିଥାଏ। ଚଳିତ ବର୍ଷ ରାଜ୍ୟର ୮୦ ଭାଗ ଚାଷୀ ମଣ୍ଡିରେ ଧାନ ଦେଇ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ପଇସା ପାଇନାହିଁ। କେନ୍ଦ୍ ସରକାର ଚଳିତ ବର୍ଷ ମାତ୍ର ୨୦ ପ୍ରତିଶତ ଧାନର ଟଙ୍କା ଏଯାଏଁ ଦେଇଥିବା ବେଳେ ବଳକା ୮୦ ଧାନ କିଣିବା ନେଇ ଦ୍ଵନ୍ଦ ଦେଖାଉଛି ବୋଲି ଶାସକ ବିଜେଡି ପକ୍ଷରୁ ଅଭିଯୋଗ କରାଯାଉଥିବା ନେଇ ପ୍ରଶ୍ନ ର ଉତ୍ତର ରେ ନକଲି ଚାଷୀ ନାଁ ରେ ଟଙ୍କା ଆତ୍ମସାତ କରିବା ଓ ମିଳିଥିବା ଅର୍ଥର ବିନିଯୋଗ ପ୍ରମାଣପତ୍ର ନଦେବାରୁ କେନ୍ଦ୍ର ସରକାର ଚାଷୀଙ୍କ ଧାନ ବିକ୍ରି ଟଙ୍କା ଦେଉନି ବୋଲି ସେ ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଥିଲେ। ସେହିପରି ଆଗକୁ ନିର୍ବାଚନୀ ବର୍ଷ ଆସୁଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପର ମଧ୍ୟରେ କାଦୁଅ ଫିଙ୍ଗିବା ନୀତି ଆପଣାଉଛନ୍ତି। ଏହାଦ୍ବାରା ପ୍ରକାରାନ୍ତରେ ସାଧାରଣ ଲୋକଙ୍କ କ୍ଷତି ଘଟୁଛି। ଏଣୁ କେନ୍ଦ୍ରର ସମସ୍ତ ଯୋଜନାରେ କେନ୍ଦ୍ର - ରାଜ୍ୟ ର ଅନୁପାତ କେତେ ପ୍ରତିଶତ ତାହା ରାଜ୍ୟବାସୀଙ୍କ ଆଗରେ କେନ୍ଦ୍ର ସରକାର କାହିଁକି ରଖୁ ନାହାଁନ୍ତି ବୋଲି ଆମ ପ୍ରତିନିଧି ଙ୍କ ପ୍ରଶ୍ନର ଉତ୍ତରରେ ଏଭଳି କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହି କଥାଟିକୁ ହାଲୁକା କରିଦେଇଥିଲେ। ସେହିପରି ସଂଘୀୟ ବ୍ୟବସ୍ଥା ର ଦ୍ୱାହି ଦେଇ କେନ୍ଦ୍ର ଓଡିଶାର ବିଭିନ୍ନ ଖଣି ଖାଦନରୁ ବିପୁଳ ଟଙ୍କା ପାଉଥିବା ବେଳେ ରାଜ୍ୟ ସେହି ଅନୁପାତରେ ଟଙ୍କା ପାଉନି ବୋଲି ବିଜେଡି ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇ ଆସୁଛି ବୋଲି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ବିଜେପି ରାଜ୍ୟ ମୁଖପାତ୍ର ପରିଡା କେନ୍ଦ୍ର ଦେଉଥିବା ଅର୍ଥ କୁ ରାଜ୍ୟ ସରକାର ଖର୍ଚ୍ଚ କରି ପାରୁନାହାନ୍ତି ବୋଲି ପାଲଟା ଅଭିଯୋଗ କରିଥିଲେ।
ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ର ବରିଷ୍ଠ ନେତା ପ୍ରଦ୍ୟୁମ୍ନ କୁମାର ନାୟକ, ଘୁମୁସର ଜିଲ୍ଲା ଉପ ସଭାପତି ଅଯୋଧ୍ୟା ନାଥ ମହାପାତ୍ର,ଜିଲା ସାଧାରଣ ସଂପାଦକ ନୀଳମାଧବ ପାତ୍ର, ଅନ୍ୟତମ ଉପସଭାପତି ସନ୍ତୋଷ ତିଆଡି, ପୂର୍ବତନ ଉପ ସଭାପତି ସନ୍ତୋଷ କୁମାର ପାଳ ପ୍ରମୁଖ ଉପସ୍ଥିତ ଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୨/୨୦୨୩---୮,୧୦ Sakhigopal News,10/2/2023
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୨/୨୦୨୩---୮,୧୦ Sakhigopal News,10/2/2023