Breaking News

ସତ୍ୟବାଦୀ ମହୋତ୍ସବ ଉଦଘାଟିତ ; ପ୍ରଥମ ଦିନର ମୁଖ୍ୟ ଆକର୍ଷଣ ଜ୍ୟୋତିଯାତ୍ରା

 


ସାକ୍ଷୀଗୋପାଳ  ---     ଐତିହାସିକ୍ୟ ବକୁଳବନ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ୭ମ ବାର୍ଷିକ ସତ୍ୟବାଦୀ ମହୋତ୍ସବ ଶୁକ୍ରବାର  ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି ।  ସୁଆଣ୍ଡୋ ଗ୍ରାମ ସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଦୁଙ୍କ  କୁଳଦେବତା ରାଧାବିନୋଦ ବିହାରୀଙ୍କ ନିକଟରୁ ଜ୍ୟୋତି ସଂଗ୍ରହ କରାଯାଇ ଏକ ବିରାଟ ପଟୁଆର ଶୋଭାଯାତ୍ରାରେ ସତ୍ୟବାଦୀରେ ପହଞ୍ଚିଲା ।  ପଣ୍ଡିତ  ନୀଳକଣ୍ଠ ଦାସ ଓ  ଆଚାର୍ଯ୍ୟ ହରିହର ଦାସ,  ପଣ୍ଡିତ କୃପାସିନ୍ଦୁ ମିଶ୍ରଏବଂ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମପୀଠରୁ ସଂଗୃହୀତ ଜ୍ୟୋତି ପାଞ୍ଚଟି ସୁସଜିତ ରଥରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟସ୍ଥ ପଞ୍ଚସଖା ମଣ୍ଡପ ଠାରୁ ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରରେ ବକୁଳବନ ପର୍ଯ୍ୟନ୍ତ ଅଣାଯାଇ ମୁକ୍ତାକାଶ ରଙ୍ଗମଞ୍ଚରେ  ଜ୍ୟୋତିସ୍ଥାପନ କରାଯାଇଥିଲା । ଏହି ଶୋଭାଯାତ୍ରାରେ   ସଂକୀର୍ତ୍ତନ ମଣ୍ଡଳୀ, ସାଙ୍ଗକୁ ଘଣ୍ଟମର୍ଦ୍ଦଳ, ଘୋଡାନାଚ,  ନାଗା, କଣ୍ଡେଇନାଚ  ଜ୍ୟୋତି ରଥକୁ ଦୀର୍ଘ ଦୁଇ କିଲୋମିଟର ବ୍ୟାପି ପଟୁଆରରେ  ପଞ୍ଚସଖାଙ୍କ ପଡିଆ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ ।   ସତ୍ୟବାଦୀ ମହୋତ୍ସବର ପ୍ରଥମ ଦିନର ମୁଖ୍ୟ ଆକର୍ଷଣଥିଲା ଜ୍ୟୋତିଯାତ୍ରା । ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ,  ନାରିକେଳ ବୋଡର ଉପସଭାପତି ଡ, ବିଶ୍ୱନାଥ ରଥ, ସତ୍ୟବାଦୀର ଯୁବନେତା ଓମ୍ ପ୍ରକାଶ ମିଶ୍ର, ସମାଜସେବୀ ବିଶ୍ୱଜିତି ଶତପଥି, ଅବସରପ୍ରାପ୍ତ ପ୍ରଫେସର ଅଭିମନ୍ୟୁ ବରାଳ,  ସତ୍ୟବାଦୀ ମହୋତ୍ସବ କମିଟିର ସଭାପତି ଜାନକି ବଲ୍ଲଭ ମିଶ୍ର ଯୋଗଦେଇ ସତ୍ୟବାଦୀ ମହୋତ୍ସବର ସଫଳତା କାମନା କରିଥିଲେ । ସତ୍ୟବାଦୀ ମହୋତ୍ସବ କମିଟିର ସମ୍ପାଦକ ଜାନକି ବଲ୍ଲଭ ବରାଳ ଅତିଥି ମାନଙ୍କୁ ଉପଢ଼ୌକନ ପ୍ରଦାନ କରି ମହୋତ୍ସବ କମିଟ ପକ୍ଷରୁ ସ୍ୱାଗତ କରିଥିଲେ । ମହୋତ୍ସବ କମିଟିର ସଂଯୋଜକ ଦୀପକ କୁମାର ଶତପଥୀ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।    ପ୍ରଥମ ସନ୍ଧ୍ୟାରେ ଓଡିଶୀ,ା ସମ୍ଭଲପୁରୀ ନୃତ୍ୟୁ ସହିତ ବିଭିନ୍ନ ସଂସ୍କୃତିକ କାର୍ଯକ୍ରମ ସହିତ ବିଳମ୍ବିତ ରାତି ପର୍ଯ୍ୟନ୍ତ  ଡ୍ୟାନ୍ସ ଧମକା ଦର୍ଶକଙ୍କୁ ବାନ୍ଧି ରଖିଥିଲା । କାର୍ଯ୍ୟକ୍ରମ ସଂଜୋଜନା କରିଥିଲେ ଆଇନଜୀବୀ ଅଞ୍ଜନ କୁମାର ହୋତା । ପଡିଆରେ ମିନାମେଳା ସହିତ ଦୋଳୀ ଓ ଫାଷ୍ଟଫୁଡ ବଜାରରେ ବେଶ ଭିଡ ପରିଲକ୍ଷିତ ହୋଇଥିଲା ।  ସାକ୍ଷୀଗୋପାଳରୁ  ଧୀରେନ୍ଦ୍ର ସେନାପତି, ୧୦/୨/୨୦୨୩---୧୦,୧୫

Blog Archive

Popular Posts