Breaking News

ଭେଡେନବ୍ଲକ ସ୍ଥରୀୟ ବିଜେତା କାର୍ଯ୍ୟକ୍ରମ


 
ଭେଡେନ ----  ଜ଼ିଲ୍ଲାପାଳ  ଶ୍ରୀମତୀ ମନୀଷା ବାନାର୍ଜୀଙ୍କ ମାନସ ସନ୍ତାନ ବିଜେତା କାର୍ଯ୍ୟକ୍ରମ ସୂର୍ଯ୍ୟମଣି ଜନତା ଉଚ୍ଚ ବିଦ୍ୟାଳୟ, ଭେଡେନ ଠାରେ  ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ,ସାମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମହାଳିଙ୍ଗ ,  ଜ଼ିଲ୍ଲା ପରିଷଦ ସଭ୍ୟା ପଦ୍ମିନୀ ଗଡତିଆ, ବ୍ଲକ ଉପାଧ୍ୟକ୍ଷ ଡୋଲମଣୀ ଖେତୀ, ସରପଞ୍ଚ ଅକ୍ଷୟ ନାଏକ, ଏବିଇଓ ହେମବତୀ ମେହେର ଓ ଶିବଲାଲ ମେହେର ଉପସ୍ଥିତ ଥିଲେ । ବ୍ଲକର ସାତୋଟି ଉଚ୍ଚ ବିଦ୍ୟାଳୟ ଯଥା ତାଲମେଣ୍ଡା, ଜାଣ୍ଡୋଲ, ଭେଡେନ, ବରପଦର, ରେମଣ୍ଡା, ସିଆଲଖଣ୍ଡହଥା ଓ ଚିଚିଣ୍ଡାର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ବିଜେତାର ମୁଖ୍ୟ ଲକ୍ଷ୍ୟ ହେଉଛି ସହ ଶିକ୍ଷଣ କାର୍ଯ୍ୟକ୍ରମ ଯୋଗୁଁ ଛାତ୍ରଛାତ୍ରୀଙ୍କୁ ଶିକ୍ଷଣ ପ୍ରତି ଆଗ୍ରହ ସୃଷ୍ଟି କରିବା l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଜ଼ିଲ୍ଲା ଶିକ୍ଷ୍l ଅଧିକାରୀ ମିତ୍ରଭାନୁ କଚ୍ଛପ, ଅତିରିକ୍ତ ଜ଼ିଲ୍ଲା ଶିକ୍ଷ୍l ଅଧିକାରୀ ରାଧାକାନ୍ତ ଛତ୍ରୀ, ବିଡିଓ  ଶ୍ରୀ ପାଣିଗ୍ରାହୀ ଓ  ବରଗଡ଼ ବିଜେତା ସଂଯୋଜକ ଡ଼. ମନୋଜ ସାହୁ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି   ୨୦୨୧-୨୨ ପ୍ରାଥମିକ ବିଦ୍ୟାଳୟ ବୃତ୍ତି ତୃତୀୟ ଓ ପଞ୍ଚମ ଶ୍ରେଣୀର କୃତିତ୍ବ ହାସଲ କରିଥିବା  ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।ଏହା ସହିତ ସାତୋଟି ବିଜେତା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ଅତିଥି ପରିଚୟ ପ୍ରଦାନ କରିଥିଲେ ଭେଡେନ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ବନମାଳୀ ଦାଶ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  ଶିକ୍ଷକ ଗୋବିନ୍ଦ ସେଠ ଓ  ସି ଆର ସି ସି କ୍ଷିତେଶ୍ୱର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ବ୍ଲକର ସମସ୍ତ ସି ଆର ସି ସି, ବିଜେତା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଚାରୋଟି ଗ୍ରୁପ ଯଥା ମହାନଦୀ, ବୈତରଣୀ, ଋଷିକୂୂଲ୍ଯା ଓ ଇନ୍ଦ୍ରାବତୀର ମେଣ୍ଟର ଶିକ୍ଷକମାନେ ଓ ଭେଡେନ ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୧/୨/୨୦୨୩----୨,୧୦ Sakhigopal News,11/2/2023

Blog Archive

Popular Posts