ବାଲିଗୁଡା ବ୍ଲକ ସମ୍ମିଳନୀ କକ୍ଷ ରେ ତୃତୀୟ ସମିତି ବୈଠକ ଶାନ୍ତିପୂର୍ଣ୍ଣ ଭାବେ ଶେଷ
କନ୍ଧମାଳ--- ବାଲିଗୁଡା ବ୍ଲକ ସମ୍ମିଳନୀ କକ୍ଷ ରେ ତୃତୀୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବାଲିଗୁଡା ବ୍ଲକ ଅଧ୍ୟକ୍ଷା ମିଶାବତୀ ମଳିକ ଙ୍କ ସଭାପତିତ୍ୱ ରେ ବୈଠକ ରେ ଉପାନ୍ତ ଅଞ୍ଚଳରେ ରାଜ୍ୟ ସରକାର ଙ୍କ ପ୍ରତିଟି ଯୋଜନା ର ସଫଳ ରୂପାୟନ ନେଇ ଗୁରୁତ୍ୱ ପ୍ରଦାନ କରାଯାଇଥିଲା l ଏହି ବୈଠକ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ସମ୍ମାନିତ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣୀ କଂହର, କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ପ୍ରତିନିଧି ଟୁନା ଦାସ,ବାଲିଗୁଡା ବିଡ଼ିଓ ଶଶାଙ୍କ ପାତ୍ର ବାଲିଗୁଡା ବ୍ଲକ ର ଚଉଦ ଗୋଟି ପଂଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ l ବାଲିଗୁଡା ବ୍ଲକ ର ସମସ୍ତ ସରପଞ୍ଚ, ସମିତିସଭ୍ୟ ଯୋଗ ଦେଇ ନିଜ ନିଜ ଅଞ୍ଚଳର ମୌଳିକ ସମସ୍ୟା ର ସମାଧାନ ନେଇ ବୈଠକ ରେ ପ୍ରସ୍ତାବ ରଖିଥିଲେ l ଉକ୍ତ ସମିତି ବୈଠକ ରେ ଅପଘଞ୍ଚ ଅଂଚଳ ରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ବିଦ୍ୟୁତ ଯୋଗାଣ ଓ ଗ୍ରାମାଞ୍ଚଳ ରେ କୃଷି ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଥିଲା l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୧/୨/୨୦୨୩-----୧୨,୧୦ Sakhigopal News,11/2/2023