ନାବାଳିକା ପୀଡିତାଙ୍କୁ ଭେଟିଲେ ବିଧାୟକ
The MLA met the minor victim
ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅଞ୍ଚଳରେ ଏକ ନାବାଳିକାକୁ ଦୁଇଜଣ ଯୁବକ ବାରମ୍ବାର ଦୁଷ୍ମମ କରିବାସହ ଆପତି ଜନକ ଫଟୋ ଉଠାଇ ବ୍ଳାକମେଲ କରୁଥିଲେ । ଅଭିଯୋଗ ପାଇବା ପରେ ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ୨୨୫/୨୨ରେ ଏକ ମାମଲା ରୁଜ କରିଏହି ଘଟଣାରେ ଅଭିଯୁକ୍ତ ଦୁଇ ଜଣ ଯୁବକଙ୍କୁ ଗିରଫ କରି ବୁଧବାର ଦିନ କୋର୍ଟ ଚାଲାଣ କରିଥିଲେ । ଗୁରୁବାର ଦିନ ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ, ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ ଓ ଉକ୍ତ କେସର ତଦନ୍ତକାରୀ ଅଧିକାରିଣୀ ତଅପୋଇ ନାୟକଙ୍କ ସହିତ ସରପଞ୍ଚଙ୍କ ପ୍ରତିନିଧି ଓ ସମିତିସଭ୍ୟା ପିଡିତା ଓ ତାଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆଇନଗତ ସମସ୍ତ ସହଯୋଗ ଯୋଗାଇ ଦେବା ସହିତ ଅଭିଯୁକ୍ତ ମାନଙ୍କୁ କଠୋରୁରୁ କଠୋର ଦଣ୍ଡ ମିଳୁ ବୋଲି ବିଧାୟକ କହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୮/୨୦୨୨--୫,୫୫
Sakhigopal News, 4/8/2022