Breaking News

ଦାନା ପାଇଁ , ଦଉଡ଼ି ଖେଳ


ଭଞ୍ଜନଗର - ବୟସ ମାତ୍ର ବାର ବର୍ଷ । ଦଉଡି ଉପରେ ବିପଦ ସଙ୍କୁଳ ଖେଳ । ଚାରିପଟେ ଭରପୁର ଦର୍ଶକ ତା'ରି ମଝିରେ ଦଉଡ଼ି ଖେଳ । ଦେଖଣାହାରୀ  ଯାହା ହାତଟେକି ଦିଅନ୍ତି  ସେତକରେ ଦାନା ଯୋଗାଡ ହୁଏ  ପରିବାରର । ଗୋଟିଏ ସ୍ଥାନରେ ଖେଳ ସରିଗଲେ  ପୁଣି ସଜବାଜ ହେବାକୁ ପଡ଼େ ଅନ୍ୟ ଏକ ଜନଗହଳିପୂର୍ଣ୍ଣ ସ୍ଥାନକୁ । ଯୋଉଁଠି ସଞ୍ଜ ହୁଏ ସେଠି ଘର ବସେ । ପରଦିନ ସକାଳୁ ପୁଣି ଖୋଜାପଡେ ଲୋକ ଗହଳି ସ୍ଥାନ ।  ଏମିତି ଗୋଟିଏ ପରେ ଗୋଟିଏ ସ୍ଥାନରେ ଖେଳ ଦେଖାଇ ପେଟ ପୋଷନ୍ତି । ଛତିଶଗଡ଼ ରୁ ଓଡ଼ିଶା ଆସି ବିପଦଶଙ୍କୁଳ ଖେଳ ପ୍ରଦର୍ଶନ କରୁଥିବା  କିଛି ପରିବାର । ଯାଯାବର ଜୀବନ ବିତାଉଥିବା ଏହି ଛତିଶିଗଡି ପରିବାର । ଏବେ ଗଂଜାମ ଜିଲ୍ଲାର ବିଭିନ୍ନ ଗାଁ କୁ ବୁଲି ଏଭଳି ଖେଳ ଦେଖାଉଛନ୍ତି । ଲୋକେ ଏହି ଖେଳକୁ କିଛି ସମୟ ପାଇଁ ଉତ୍ସୁକତାର ସହ ଦେଖନ୍ତି ସତ  ହେଲେ ଏଭଳି ବିପଦଶଙ୍କୁଳ ଖେଳ ପ୍ରଦର୍ଶନ ପ୍ରତି କୈାଣସି କଟକଣା ରହୁନଥିବା ଦେଖିବାକୁ ମିଳିଛି । ଛତିଶଗଡ ରୁ ଆସିଥିବା ଏହି ପରିବାର ର ୧୨ ବର୍ଷର ଝିଅ ରୋସନ୍ ରାଣୀ । ଗଲା ୩ ବର୍ଷ ଧରି ଦଉଡ଼ି ଉପରେ ଖେଳ ପ୍ରଦର୍ଶନ କରୁଛି । ୫ ମ ଶ୍ରେଣୀ ରେ ପାଠ ପଢୁଛି ହେଲେ ପରିବାର ଲୋକେ ତାକୁ ତାଲିମ ଦେଇ ଏଭଳି ଖେଳ ଦେଖାଇବାକୁ ସାଥିରେ ନେଇ ବିଭିନ୍ନ ସ୍ଥାନ ବୁଲୁଛନ୍ତି । ଏଭଳି ଖେଳରେ ବିପଦ ଥିଲେ ମଧ୍ୟ ଅଭ୍ୟାସ ଯୋଗୁଁ ଏହା ସମ୍ଭବ ହୋଇପାରୁଛି ବୋଲି ରୋଷନ୍ ରାଣୀ କହୁଛି । କେବଳ ପରିବାର ର ରୋଜଗାର ପାଇଁ  ଏଭଳି ବିପଦପୂର୍ଣ୍ଣ ଖେଳକୁ  ଆପଣେଇବାକୁ ପଡୁଛି ବୋଲି  ସାଥିରେ ଥିବା ପରିବାର ଲୋକେ ଗଣମାଧ୍ୟମ ଆଗରେ କହିଛନ୍ତି । ଯଦି ସେମାନଙ୍କୁ କୈାଣସି ପ୍ରକାରେ ସାହାଯ୍ୟ ଓ ସହଯୋଗ ମିଳନ୍ତା  ତା'ହେଲେ ଏଭଳି ଜୀବିକା ଠାରୁ ସେମାନେ ଦୂରରେ ରହି  ଅନ୍ୟ ରୋଜଗାର ପନ୍ଥା ଆପଣାଇଥାନ୍ତେ ବୋଲି କହନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,4/8/2022---୧୦,୨୦     Sakhigopal News 4/8/2022

Blog Archive

Popular Posts