Breaking News

ସତ୍ୟବାଦୀ ପେଣ୍ଠପଡା ପଞ୍ଚାୟତରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ

A day program for children in Satyavast Penthpada Panchayat


ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତ ସ୍ଥାନୀୟ ସରପଞ୍ଚଙ୍କୁ ନେଇ ଗର୍ବିତ । ଏପରିକି ସତ୍ୟବାଦୀରେ ସରପଞ୍ଚଙ୍କୁ ନେଇ ଆଲେଚନା । ଗୁରୁବାର ଦିନ ରାଜ୍ୟ ସରକାରଙ୍କ ଚିଠି ଅନୁଯାୟୀ ପ୍ରତି ପଞ୍ଚାୟତରେ ଶିଶୁ ପାଇଁ ଦିନଟିଏ କାର୍ଯର୍କ୍ରମ ପାଳିତ କରିବା ପାଇଁ ନିର୍ଦ୍ଦେଶ ରହିଛି । ମାତ୍ର ଅନ୍ୟ ପକ୍ଷେ ସତ୍ୟବାଦୀ ବ୍ଳକର ସମସ୍ତ ସରପଞ୍ଚ ମାନେ ଜିଲ୍ଲା ସ୍ତରରେ ଏକ ତାଲିମ ନେଉଥିବାରୁ ସେମାନଙ୍କ ଅନୁପସ୍ଥିତରେ ପେଣ୍ଠପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ପଞ୍ଚାୟତର ସମସ୍ତ ଅଙ୍ଗନୱାଡି କର୍ମୀ ସଂଧ୍ୟାରାଣି ସାହୁ , ଲକ୍ଷ୍ମୀମଣି ବେହେରା, ବିଶ୍ୱଜିତା ଦେବୀ, ମମତା ମିଶ୍ର , ସବିତା ଶତପଥୀ, ରୋହିଣି ମହାପାତ୍ର, ସୁଲେଚନା ବେହେରା, ସ୍ୱର୍ଣ୍ଣଲତା ବେହେରାଙ୍କ ସହିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବାିଦ୍ୟାଳୟର ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏକ ଶପଥପାଠ କରିଥିଲେ । ଶିଶୁ ନିର୍ଯ୍ୟାତନା, ଶିଶୁ ଶ୍ରମିକ, ବାଲ୍ୟାବିବାହ ଓ ଶିଶୁ ଚାଲାଣ ସହିତ ଶିଶୁ ମାନଙ୍କ ଅଧିକାର ଯେପରି ବାଧା ନ ଘଟେ ସେଥି ପ୍ରତି ସମସ୍ତେ ସଜାଗ ରହିବାକୁ ଶପଥ ପାଠ କରିଥିଲେ । ଏପରିକି ପେଣ୍ଠପଡା ଗ୍ରାମ ପଞ୍ଚାୟତକୁ ବାଲ୍ୟା ବିହା ମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରିବା ପାଇଁ ଅଙ୍ଗନୱାଡି କର୍ମୀ ମାନେ ନିଷ୍ପତି ନେଇଥିଲେ । ସେହିପରି ସତ୍ୟବାଦୀ ବ୍ଳକର ବିଭିନ୍ନ ପଞ୍ଚାୟତ ଓ ବିଦ୍ୟାଳୟ ମାନଙ୍କରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ସିଡିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ସିଡିପିଓ ଓ ସୁପରଭାଇଜର ମାନେ ବିଭିନ୍ନ ପଞ୍ଚାୟତକୁ ଗସ୍ତ କରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୮/୨୦୨୨---୫,୫୫  

  Sakhigopal News, 4/8/2022

Blog Archive

Popular Posts