ସ୍ୱର୍ଗତଃ ପ୍ରଫୁଲଚନ୍ଦ୍ର ମିଶ୍ରଙ୍କ୭୧ ତମ ଜୟନ୍ତି ପାଳିତ
Prafulchandra Mishra's 71st birth anniversary is celebrated
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳସା ଗ୍ରାମରେ ସ୍ୱର୍ଗତଃ ପ୍ରଫୁଲଚନ୍ଦ୍ର ମିଶ୍ରଙ୍କ୭୧ ତମ ଜୟନ୍ତି ପାଳିତ ହୋଇଯାଇଛି । ଆଷ୍ଟଲୋଜିକ ତଥା ସମ୍ବାଦିକ କୈଳାଶ ଚନ୍ଦ୍ର ମିଶ୍ର ସ୍ୱର୍ଗତ ପ୍ରଫୁଲ ଚନ୍ଦ୍ର ମିଶ୍ରଙ୍କ ଫଟୋ ଚିତ୍ରରେ ପୁଷ୍ପାମାଳ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଶ୍ରୀ ମିଶ୍ର ତାଙ୍କ ଭାଷଣରେ କହିଥିଲେ ଯେ ସ୍ୱର୍ଗତ ଶ୍ରୀ ମିଶ୍ର ଜଣେ ଶିକ୍ଷାବିତ, ଆଇନଜୀବୀ, ସମାଜସେବୀ, ରାଜନେତା ଓ ସାମ୍ବଦିକ ଥିଲେ । ବିଶେଷ କରି ସମାଜରେ ପଛୁଆବର୍ଗ ଓ ଅବହେଳିତ ପରିବାର ମାନଙ୍କୁ ମାଗଣାରେ ଆଇନସେବା ଯୋଗାଇ ଦେବା ସହିତ ସେମାନଙ୍କ ପିଲାମାନଙ୍କୁ ଶିକ୍ଷାଦାନ ଦେଇ ଆଜି ଅଞ୍ଚଳରେ ସ୍ମରଣୀୟ ହୋଇ ରହିଯାଇଛନ୍ତି । ସେହିପରି ସାମ୍ବାଦିକ କ୍ଷେତ୍ରରେ ସମାଜରେ ପ୍ରଚଳିତ କେତକ କୁସଂସ୍କାର ବିରୁଧରେ ସ୍ୱର ଉଠାଇ ଆଜି ସେ ସ୍ମରଣୀୟ ହୋଇ ରହିଛନ୍ତି ବୋଲି ଶ୍ରୀ କୈଳାଶ ମିଶ୍ର କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରମୋଦ କୁମାର ମିଶ୍ର, ବାବୁଲି ସାହୁ, ପିଣ୍ଟୁ ପ୍ରଧାନ, ସୁକାନ୍ତ କୁମାର ସାହୁ ଙ୍କ ସହିତ ଉତ୍କଳ ସମାଜର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱର୍ଗତ ପ୍ରଫୁଲ ଚନ୍ଦ୍ର ମିଶ୍ରଙ୍କ ସ୍ମୃତି ଚାରଣ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୮/୨୦୨୨---୬,୧୦
Sakhigopal News, 4/8/2022