Breaking News

ଦଶଦଫା ଦାବି ନେଇ ଗର୍ଜିଲା ଡ଼୍ରାଇଭର ସଙ୍ଘ

Gorilla Driver Federation with tenfold claim.


କଟକ--- ବାଙ୍କୀ ନିକଟସ୍ଥ ବରପୁଟ ପଞ୍ଚାୟତର ମା ମହାବେରଣା ଙ୍କ ପ୍ରାଙ୍ଗଣରେ ବାଙ୍କୀ ଡ୍ରାଇଭର ସଙ୍ଘ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅନୁଆରୀ,କିଆପଲ୍ଲା,ବରପୁଟ ଓ ବ୍ରହ୍ମପୁରା ଆଦି ପଞ୍ଚାୟତର ପ୍ରାୟ ୨୨୬ଜଣ ଡ଼୍ରାଇଭର  ଯୋଗଦେଇଥିଲେ । ପୂର୍ବରୁ ରାଜ୍ୟ ସରକାରଙ୍କ ପାଖରେ ଯେଉଁ ଦାବି କରିଥିଲେ ପେନସନ, ସୁରକ୍ଷା ଏବଂ ଇନ୍ସୁରାନ୍ସ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ଦାବି କରିଆସୁଥିଲେ ।  ସରକାରଙ୍କ ଉପେକ୍ଷା କୁ ଚ୍ୟାଲେଞ୍ଜ କରି ଆଗକୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କରିବାକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାଇଭର ସଂଘ । ଏହି ପରିପ୍ରେକ୍ଷୀରେ ବାଙ୍କୀ ଡ୍ରାଇଭର ମହାସଂଘର ସଭାପତି ସୋନୁ ରାଉତ କହିଥିଲେ ଯେ ଡ୍ରାଇଭର ଭାଇମାନେ   କାର୍ଯ୍ୟ କରିବାବେଳେ ମଦ୍ୟପାନ କରନ୍ତୁ ନାହିଁ । ନିଜକୁ ସୁରକ୍ଷିତ ରଖିବା ସହ  ଅନ୍ୟକୁ ସୁରକ୍ଷିତ ରଖନ୍ତୁ । ଏବଂ ବାହାର ବ୍ଳକରୁ ଆସିଥିବା ଡ୍ରାଇଭର ଭାଇମାନଙ୍କୁ ଉତ୍ତରୀୟ ଓ ପୂଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୩/୮/୨୦୨୨---୮,୪୦  Sakhigopal News,3/8/2022

Blog Archive

Popular Posts