ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ମାଟିରେ ତ୍ରିରଙ୍ଗା ଯାତ୍ରା ପହଞ୍ଚିଲା
ସାକ୍ଷୀଗୋପାଳ---- ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଆଜାଦି କା ଅମ୍ରୁତ ମହୋତ୍ସବ ଅବସରରେ ପିପିଲି ରୁ ବାହାରିଥିବା ତ୍ରିରଙ୍ଗା ଯାତ୍ରା ଗୋପବନ୍ଧୁଙ୍କ ଜନ୍ମମାଟି ସୁଆଣ୍ଡୋରେ ପହଞ୍ଚିଛି । ପୁରୀଜିଲା ଛତୁ ମହାସଂଘ ଆନୁକୂଲ୍ୟରେ ଏହିଯାତ୍ରା ର ଆୟୋଜନ କରାଯାଇ ଥିଲା । ଜିଲା ସଭାପତି ତ୍ରିନାଥ ଗୁରୁ ଓ ରାଜ୍ଯ ଉପସଭାପତି ସନ୍ତୋଷ କୁମାର ମିଶ୍ର ଙ୍କ ନେତୃତ୍ବ ରେ ୨ ଶହ ବ୍ଯକ୍ତି ହାତରେ ତ୍ରିରଙ୍ଗା ପତାକା ଧରି ବନ୍ଦେ ମାତରଂ ଗାନ କରି ଶୋଭାଯାତ୍ରାରେ ଆସି ସୁଆଣ୍ଡୋରେ ପହଞ୍ଚି ଥିଲେ । ସୁଆଣ୍ଡୋ ସ୍ଥିତ ଶ୍ରୀ ବିନୋଦ ବିହାରୀ ଦେବ ଠାକୁର ଙ୍କ ମନ୍ଦିର ନିକଟରେ ଥିବା ପୁଣ୍ଯାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ତ୍ରିରଙ୍ଗା ଯାତ୍ରୀମାନେ ମାଲ୍ଯାର୍ପଣ କରିଥିଲେ । ଆୟୋଜିତ ପଥପ୍ରାନ୍ତ ସଭାରେ ଜିଲା ସଂପାଦକ ଶଙ୍କର ପ୍ରଧାନ, ବ୍ଲକ ସଭାପତି ଦେବଦତ୍ତ ସ୍ୱାଇଁ, ରାଜ୍ୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ଦାସ ପ୍ରମୁଖ ଆଜାଦି କା ଅମ୍ରୁତ ମହୋତ୍ସବ ସମ୍ପର୍କରେ ନିଜସ୍ଵ ମତ ପ୍ରକାଶ କରିଥିଲେ । ଗ୍ରାମରେ ଲୋକମାନଙ୍କୁ ତ୍ରିରଙ୍ଗା ପତାକା ବଣ୍ଟନ କରିଥିଲେ। ଗୋପବନ୍ଧୁ ସ୍ମୁତିପରିଷଦ ପକ୍ଷରୁ ତ୍ରିରଙ୍ଗା ଯାତ୍ରୀଙ୍କୁ ସ୍ୱାଗତ କରାଯିବା ସହିତ ସମ୍ୱର୍ଦ୍ଧନା ଦିଆଯାଇ ଥିଲା। ଅନ୍ୟ ମାନଙ୍କ ମଧ୍ଯରେ ରଞ୍ଜନ ବେହେରା, ଅଶ୍ୱନୀ ବରାଳ , ରବୀନ୍ଦ୍ରନାଥ ଦାଶ ଓ ରାମକୃଷ୍ଣ ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୮/୨୦୨୨--- ୧୦,୨୦ Sakhigopal News,14/8/2022