Breaking News

ବ୍ରହ୍ମାକୁମାରୀ ଶାଖା ପକ୍ଷରୁ - ରକ୍ଷାବନ୍ଧନ , କଳ୍ପତରୁ ଓ ଅମୃତ ମହୋତ୍ସବ ପାଳିତ

From the Brahmakumari branch - Prachnabandhan, Kalpatru and Amrit Mohotsava are nurtured

ଭଞ୍ଜନଗର –  ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଗୋବରା ଠାରେ ରକ୍ଷାବନ୍ଧନ, କଳ୍ପତରୁ ବୃକ୍ଷରୋପଣ ଉତ୍ସବ ଏବଂ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ବ୍ରହ୍ମା କୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଶାଖା ଆଶ୍ରମ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସୋରଡ଼ା – ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ , ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ରହ୍ମାକୁମାରୀ ଆଶ୍ରମ ପକ୍ଷରୁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ହୋଇଥିଲା ।  ଆମନ୍ତ୍ରିତ ଅତିଥି ଙ୍କ ଦ୍ଵାରା ଆଶ୍ରମ ପରିସରରେ ବୃକ୍ଷ ରୋପଣ ଏବଂ ସ୍ବାଧିନତାର ଅମୃତ ମହୋତ୍ସବ ପାଳନ କରାଯାଇଥିଲା । ଆଶ୍ରମ ପକ୍ଷରୁ ଅତିଥି ଙ୍କୁ ଉପଢୈ।କନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ସମସ୍ତ କାର୍ଯ୍ୟକ୍ରମ ରେ ଦ୍ବିତିକୃଷ୍ଣ ସାହୁ , କୁଞ୍ଜବିହାରୀ ନାୟକ , ସ୍ଥାନୀୟ ସରପଞ୍ଚ , ସମିତି ସଭ୍ୟ , ବୁଦ୍ଧିଜୀବୀ ଓ ସ୍ଥାନୀୟ ଆଧ୍ୟାତ୍ମିକ ପ୍ରେମୀ ମାନେ ଯୋଗ ଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୮/୨୦୨୨---୧୦,୪୦  Sakhigopal News,7/8/2022

Blog Archive

Popular Posts