ସତ୍ୟବାଦୀରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୩୮ ତମ ଜୟନ୍ତୀ ପାଳିତ
The 138th birth anniversary of Pandit Nilgok Das is celebrated in Satavast
ସାକ୍ଷୀଗୋପାଳ,------- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁରଶାସନରେ ଜନ୍ମିତ ପଣ୍ଡିତ ନୀଳକଣ୍ଠ ଦାସଙ୍କ ରାଜ୍ଯ ସ୍ତରୀୟ ଜୟନ୍ତୀ ସମାରୋହ ଓଡିଶା ସାହିତ୍ୟ ଏକାଡେମୀ ଓ ଆଚାର୍ଯ୍ୟଯୁବ ପରିଷଦର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ରାତିରେ ଏକ ସାରସ୍ୱତ ସଭାର ଆୟୋଜିତ ହୋଇଯାଇଛି । ଅତିଥି ମାନଙ୍କ ଦ୍ବାରା ପଣ୍ଡିତ ନୀଳକଣ୍ଠ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ ପରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା ।ଏହି ସଭାରେ ଡକ୍ଟର ପ୍ରସନ୍ନ ନାୟକ ସମ୍ମାନୀୟ ଅତିଥି ,ଡକ୍ଟର ଶରତ ଚନ୍ଦ୍ର ରଥ ମୁଖ୍ୟବକ୍ତା ଓ ଡକ୍ଟର ମନୋରମା ଦାଶ ସମ୍ମାନୀୟ ବକ୍ତା ଭାବେ ଯୋଗ ଦେଇ ପଣ୍ଡିତ ନୀଳକଣ୍ଠ ଦାସ ଏକାଧାରରେ ସେ ଥିଲେ ଜଣେ ସେବକ, ସୁବକ୍ତା, ସୁଲେଖକ, ବାଗ୍ମୀ ଓ ଭାଷାବିତ । କେନ୍ଦ୍ର ଓ ରାଜ୍ୟ ବିଧାନସଭାରେ ତାଙ୍କ ଭାଷଣରେ ଅନେକ ଲୋକ ଦେଶସେବା ଆଡକୁ ଆସିଥିଲେ । ଶ୍ରୀ ଦାସ ସାମ୍ବାଦିକ କ୍ଷେତ୍ରରେ ସେ ଥିଲେ ସମାଜର ସମ୍ପାଦକ, ନବଭାରତର ସମ୍ପାଦକ, ସାପ୍ତାହିକ ଲୋକମତର ପ୍ରତିଷ୍ଠାତା । ଏହା ବ୍ୟିତିତ୍ୟ ପଣ୍ଡିତ ନୀଳକଣ୍ଠ ଦାସ ଥିଲେ ଉତ୍କଳ ସାହିତ୍ୟ ସମାଜର ଆଜୀବନ ସଦସ୍ୟ ।ଶିକ୍ଷା, ସଂସ୍କୃତି ମୂଳକ, ସମାଲୋଚ଼ନା ବୋଧଧର୍ମୀ କଳାତ୍ମକ ଓ ଆଧ୍ଯାତ୍ମିକ ଭାବଧାରା ସମନ୍ୱୀତ ବହୁ ଉପାଦେୟ ପୁସ୍ତକ ସେ ରଚନା କରିଯାଇଛନ୍ତି ।ଓଡିଆ ଭାଷା ଓ ଲିପର ସୁଧାର ଓ ପ୍ରଚାର ପ୍ରସାର ଦିଗରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟା ଡକ୍ଟର ପ୍ରତିଭା ମହାରଥୀ ଅନୁଷ୍ଠିତ ସାରସ୍ୱତ ସଭାରେ ସଭାପତିତ୍ୱ କରି ମତ ପ୍ରକାଶ କରିଥିଲେ । ଶିକ୍ଷକ ସତ୍ୟବାଦୀ ଦାଶ ଅତିଥି ପରିଚୟ କରିଥିବା ବେଳେ ଓ ଧନ୍ୟବାଦ ଦେଇଥିଲେସଂସ୍କୃତି ସଚିବ ପ୍ରବୋଧ କୁମାର ରାଉତ ।ସଭାରେ ବୁଦ୍ଧିଜୀବୀ ସମାଜସେବୀ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଡକ୍ଟର ମନୋରମା ଦାଶଙ୍କ ସ୍ବରଚିତ ପୁସ୍ତକ ଶ୍ରୀରାମଚନ୍ଦ୍ରପୁର ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । କବି ରଞ୍ଜନ କୁମାର ମିଶ୍ର କବିତା ପାଠ କରିଥିଲେ।
ସେହିପରି ବନବିଦ୍ୟାଳୟର ସ୍ମାରକୀ ବହନ କରୁଥିବା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଶ୍ରଦ୍ଧାସୁମନ ସଭାର ଆୟୋଜନ କରାଯାଇ ଥିଲା। ବାଗ୍ମୀ ନୀଳକଣ୍ଠ ଦାସଙ୍କୁ ବନବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ , ସମାଜର ସମ୍ପାଦକ, କବି,ଓଡ଼ିଶା ବିଧାନ ସଭାର ବାଚସ୍ପତି, ଉତ୍କଳ ବିଶ୍ୱବିଦ୍ୟାଳୟ ର ପ୍ରତିଷ୍ଠା, ଓଡ଼ିଆ ତଥା ସଂସ୍କୃତ ଭାଷାରେ ପଟୁତା, ସ୍ଵାଧୀନତା ସଂଗ୍ରାମୀ, ସର୍ବୋପରି ଏକ ସ୍ଵାଭିମାନୀ ଓଡ଼ିଆ ଭାବରେ ଏ ଜାତି ସବୁଦିନ ତାଙ୍କୁ ମନେରଖିବ ବୋଲି ଶିକ୍ଷକ ସତ୍ୟବାଦୀ ଦାଶ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ । ଓଡିଶାର ଇତିହାସ ପଣ୍ଡିତ ନୀଳକଣ୍ଠ ଦାସଙ୍କୁ ଛାଡି ପୂର୍ଣ୍ଣ ହୋଇପାରିବନାହିଁ ବୋଲି କହିଥିଲେ। ଜୟନ୍ତୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ଭବମ ପ୍ରଧାନ, ଶିକ୍ଷକ ବିଜୟ ପରିଡ଼ା, ପ୍ରଶାନ୍ତ ତ୍ରିପାଠୀ, ବସନ୍ତ କୁମାର ସ୍ବାଇଁ, ଚିନ୍ମୟ ଜେନା, ବିଷ୍ଣୁପ୍ରିୟା ସେଠୀ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଅପରାହ୍ନରେ ପିଲାମାନଙ୍କ ମଧ୍ୟରେ ଟାଟା କମ୍ପାନୀ ପକ୍ଷରୁ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ପୁରସ୍କାର ବିତରଣ କରା ଯାଇଥିଲା।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୮/୨୦୨୨----୧୦,୨୦ Sakhigopal News,5/8/2022
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୮/୨୦୨୨----୧୦,୨୦ Sakhigopal News,5/8/2022
ସତ୍ୟବାଦୀରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୩୮ ତମ ଜୟନ୍ତୀ ପାଳିତ
Reviewed by sakhigopal news
on
10:11
Rating: 5
