Breaking News

ପାଥପୁର କଇଁମୁଣ୍ଡି ଗ୍ରାମରେ ପାନୀୟଜଳ ସମସ୍ୟା

Drinking water problem in Pathpur Kaikumundi village
 କଟକ---- କଟକ ଜିଲ୍ଲା ବାଙ୍କୀ  - ଡମପଡା ବ୍ଲକ  ପାଥପୁର କଇଁମୁଣ୍ଡି ଗ୍ରାମରେ ଦେଖାଦେଇଛି ଉତ୍କଟ ପାନୀୟଜଳ ସମସ୍ୟା ।ସରକାର ଜନସଧାରଣଙ୍କ ହିତରେ କାର୍ଯ୍ୟ କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ କାର୍ଯ୍ୟରେ କିନ୍ତୁ ଓଲଟା । ବସୁଧା ଯୋଜନା ଓ ସୋଲାର ପାଣି ପଏଣ୍ଟ ଯୋଜନା କେବଳ ଚାଲିଛି କାଗଜ ପତ୍ରରେ ।କଇଁମୁଣ୍ଡି ଗ୍ରାମର  ୫୦ ରୁ ଉର୍ଦ୍ଧ ପରିବାର ସ୍ୱଚ୍ଛ ପାଣି ମୁନ୍ଦେ ପାଉନଥିବା ଗ୍ରାମର ମହିଳାମାନେ ଅଭିଯୋଗ କରିଛନ୍ତି। ନଳକୂପ ଅଛି ମାତ୍ର ପାଣି ବାହୁରି ନାହିଁ ।  ଏଠି ପ୍ରତିଶୃତି ଦିଅନ୍ତି ନେତା ଓ ଅଫିସର କିନ୍ତୁ ସମସ୍ତଙ୍କ ପ୍ରତିଶୃତି ପାଣିର ଗାର ।ଖବର ପ୍ରସାରଣ ପରେ କେବେ ମିଳୁଛି କଇଁମୁଣ୍ଡି ଗ୍ରାମବାସୀଙ୍କୁ ସ୍ୱଚ୍ଛ ପାନୀୟଜଳ ତାହା ଦେଖିବାକୁ ବାକି ରହିଲା ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ, ୪/୮/୨୦୨୨---୧୦,୧୦    Sakhigopal News,4/8/2022

Blog Archive

Popular Posts