Breaking News

ବିଜୁ ଛାତ୍ର ଜନତା ଦଳ ତରଫରୁ ବୃକ୍ଷ ରୋପଣ , ବିଦ୍ୟୁତ ସବଷ୍ଟେସନର ଶୁଭ ଉଦଘାଟନ

Plantation of trees by Biju Students Janata Dal, grand opening of power substation



ବଳଙ୍ଗା----  ବିଜୁଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ବଳଙ୍ଗା ବିଜୁ କଲ୍ୟାଣ ମଣ୍ଡପ ଠାରେ  ଆୟୋଜିତ  ହୋଇଛି । ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ନିମାପଡ଼ା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇଥିଲେ ।  ବଳଙ୍ଗା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଅଞ୍ଜଳି ପ୍ରଧାନ,  ବିଜେଡି ସଭାପତି କୃପାସିନ୍ଧୁ ଦତ୍ତ ,ସମାଜସେବୀ ତୋଫାନ ଦାସ,ସମାଜସେବୀ ସୁକାନ୍ତ କୁମାର ବରାଳ ସମେତ ବହୁ ଯୁବ ଛାତ୍ର ସଦସ୍ୟ ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ସହିତ ବଳଙ୍ଗା ଥାନା ଅନ୍ତର୍ଗତ ଦନ୍ଦିପୁର ଠାରେ ୩୩/୧୧ କେଭି ବିଦ୍ୟୁତ ସବଷ୍ଟେସନକୁ   ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଶକ୍ତି, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟଗ ବିଭାଗର ମନ୍ତ୍ରୀ  ଶ୍ରୀ ପ୍ରତାପ କେଶରୀ ଦେବଙ୍କ  ଦ୍ଵାରା ଉଦଘାଟିତ ହୋଇଯାଇଛି  ।ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ -ନିର୍ବାହୀ ଯନ୍ତ୍ରୀ ଓ ପରିଚଳକ ବିଶ୍ବରଞ୍ଜନ ବେହେରା, ସରକାରୀ ଯନ୍ତ୍ରୀ ସୁନିଲ୍ କୁମାର ଭୂୟାଁ, ଅଧିକ୍ଷଣ ଯନ୍ତ୍ରୀ ଜିତେନ୍ଦ୍ର କୁମାର ମିଶ୍ର, ମୁଖ୍ୟ ଚିପ୍ ଅପରେସନ ସର୍ଭସ୍ ରାଜ କିଶୋର ରଷ୍ଟୋଗୀ, ପ୍ରକଳ୍ପ ପରିଚାରକ -ଓ ପି ଟି ଏଲର ସୁନୀଲ କୁମାର ଦଣ୍ତସେନା, କନିଷ୍ଠ ଯନ୍ତ୍ରୀ -ଶିବକୃତ ନାୟକ ,ନିମାପଡ଼ା ବ୍ଲକ ଚେୟାରମ୍ୟାନ -ଶଙ୍କର ଭୋଇ, ଭାଇସ୍ ଚେୟାରମ୍ୟାନ -ଅନୁସ୍ବୟା ମହାନ୍ତି, ପ୍ରମୁଖ ଯୋଗଦେଇଥିଲେ  ।ଏହାଦ୍ୱାରା ୮ଗୋଟି ପଞ୍ଚାୟତର ଜନସାଧାରଣ ସୁବିଧାରେ ବିଦ୍ୟୁତ ପାଇପାରିବେ   ।

 ବଳଙ୍ଗାରୁ  ମନୋଜ କୁମାର ପ୍ରଧାନଙ୍କ  ରିପୋର୍ଟ,୭/୮/୨୦୨୨----୯,୪୦ Sakhigopal News,7/8/2022

Blog Archive

Popular Posts