Breaking News

ଦିବ୍ଯାଙ୍ଗ ମହିଳାଙ୍କର ଦାୟତ୍ବ ନେଲା ସଂକଳ୍ପ ପରିବାର

Resolved family took charge of the disabled woman.
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଖୁଣ୍ଟୁଲିପାଲି ବଜାର ପ୍ରାଙ୍ଗଣରେ ଏକ ମାନସିକ ଭାରସାମ୍ୟ ହରାଇ ଥିବା ଏକ ମହିଳା ରହି ଆସୁଥିଲେ। ସ୍ତାନୀୟ ଜନସାଧାରଣ ଓ କିଛି ବଦାନ୍ୟ ବ୍ୟକ୍ତି ତାଙ୍କର ଖାଇବା ବ୍ୟବସ୍ଥା କରି ଆସୁଥିଲେ। ତାଙ୍କର ଦେହ ଖରାପ ହେବା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଲା। ବରଗଡ ର ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର ପ୍ରଶାସନ ର ଦୃଷ୍ଟିକୁ ଆଣିଲେ । ପରେ ସମାଜିକ ସୁରକ୍ଷା ଅଧିକାରୀ ଙ୍କ ପତ୍ର ସଂଖ୍ୟା ୯୪୮ ତାରିଖ ୩.୮.୨୨ ର ସଂକଲ୍ପ ପରିବାର ର ମୁଖ୍ୟ ବିକାଶ ଅଗ୍ରୱାଲା ଓ ସନ୍ଦିପ କୁମାର ସେଟ ଖୁଣ୍ଟଲିପାଲି ଯାଇ ଓ ପ୍ରଶାସନ ପକ୍ଷରୁ ରୁଷୁଡା ଫାଣ୍ଡି ଅଧିକାରୀ ଅନୁପ ବରେଇ ଙ୍କ ଉପସ୍ଥିତିରେ ସଂକଲ୍ପ ରଥ ସାହାଯ୍ୟ ରେ ଉକ୍ତ ମହିଳା ଙ୍କୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ସମ୍ବଲପୁର ମିସନେରୀ ଚାରିଟ ସଂସ୍ଥା ଠାରେ ରହିବା ବ୍ୟବସ୍ଥା ହେଇଥିଲା। ଏହି ସମୟରେ ସଂକଲ୍ପ ପରିବାର ସଦସ୍ୟ ସହିତ ପରିଚୟ ଅନୁଷ୍ଠାନ ର ବିପିନ ବିହାରୀ ପଣ୍ଡା ଓ ସହାୟିକା ସଂଘ ର ସଂପାଦିକା ନିତମ୍ବିନୀ ଦାଶ, ଅଂଗନବାଡି କର୍ମୀ ବୃନ୍ଦାବତୀ ପାତ୍ର, ପ୍ରମୋଦିନୀ ପଣ୍ଡା ପ୍ରମୁଖ ସଂବଲପୁର ଯାଇ ମାନସିକ ଭାରସାମ୍ୟ ହରାଇ ମହିଳା ଙ୍କୁ ଥଇଥାନ ର ବ୍ୟବସ୍ଥା କରିଥିଲେ। ଏହି କାର୍ଯ୍ୟକ୍ରମ କରିଥିବାରୁ ସମଗ୍ର ଅଂଚଳରେ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମାନେ ସଂକଲ୍ପ ପରିବାର ର ବିକାଶ ଅଗ୍ରୱାଲା ଓ ସନ୍ଦିପ କୁମାର ସେଠ ଓ ସଂକଲ୍ପ ପରିବାର ସମସ୍ତ ସଦସ୍ଯ ମାନକୁଂ ପ୍ରଶଂସା କରୁଛନ୍ତି। ସଂକଲ୍ପ ପରିବାର ର ସମସ୍ତ ସଦସ୍ୟ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩/୮/୨୦୨୨----୮,୧୦ Sakhigopal News,3/8/2022

Blog Archive

Popular Posts