Breaking News

ରେଙ୍ଗାଲି କ୍ଯାମ୍ପ ଠାରୁ ରୂପାପାଲି ପ୍ରଧାନମନ୍ତ୍ରୀ ରାସ୍ତା ର ଥୁଆପାଲି ଛକରେ ଗାତ


ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେଙ୍ଗାଲି କ୍ଯାମ୍ପ ଠାରୁ ରୂପାପାଲି ପ୍ରଧାନମନ୍ତ୍ରୀ ରାସ୍ତା ର ଥୁଆପାଲି ଛକ ଠାରେ ରାସ୍ତା ଉପରେ ଏକ ବିରାଟ ଗର୍ତ୍ତ ସ୍ରୁଷ୍ଟି ହୋଇଛି ।ଏଠାରେ ରେମଣ୍ଡା ରାସ୍ତା ଓ ସଂକ୍ରିଡା ଓ ଅରଯୁଂଡା ରାସ୍ତା ସଂଯୋଗ କରୁଥିବା ସବୁ ସମୟରେ ଶହଶହ ସଂଖ୍ୟାରେ ଗାଡି ମଟର, ବାଇକ ସାଇକେଲ, ଭାରିଯାନ, ଆମ୍ବୁଲାନ୍ସ ମଧ୍ୟ ଏହି ଛକ ଦେଇ ଯିବା ଆସିବା କରିଥାଏ। ଏଠାରେ ଗର୍ତ୍ତ ଯୋଗୁଁ ପ୍ରତିଦିନ ଛୋଟ ଛୋଟ ଦୁର୍ଘଟଣା ଘଟୁଥିବା ନଜର ରହିଛି। ବିଭିନ୍ନ ସମୟରେ ପତ୍ରପତ୍ରିକା ମାନଙ୍କରେ ମରାମତି ପାଇଁ ବାହାରି ଥିଲେ ମଧ୍ୟ ବରଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ପ୍ରତିଦିନ ଏହି ଛକ ଦେଇ ସରକାରୀ ଅଫିସର, ସ୍ତାନୀୟ ଜନ ପ୍ରତିନିଧି ଯିବା ଆସିବା କରୁଥିଲେ ମଧ୍ୟ କାହାରି ଦୃଷ୍ଟି ପଡୁନାହିଁ । ଫଳରେ ଜନସାଧାରଣ ଦୁର୍ଘଟଣା ସମୁଖୀନ ହେବାକୁପଡୁଛି ।ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ଜଣସାଧାରଣରେ ଆଲୋଚନା ହେଉଛି । କୌଣସି ଏକ ବଡ ଦୁର୍ଘଟଣା ହେବା ଥୁଆପାଲି ଛକ ର ଗର୍ତ୍ତ ମରାମତି ଆବଶ୍ୟକ ହୋଇପଡିଛି। ଏଥିପ୍ରତି ବରଗଡ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୫/୮/୨୦୨୨---୧୨,୪୦ Sakhigopal News,15/8/2022

Blog Archive