ସ୍ୱାଧୀନତା ର ଅମୃତ ମହୋତ୍ସବ ପାଳିତ
Celebrate the nectar of freedom
ଭଞ୍ଜନଗର ----ସ୍ଥାନୀୟ ଉପକାରାଗାରରେ ସ୍ବାଧୀନତାର ଅମୃତ ମହୋତ୍ସବବ ପାଳିତ ହୋଇଯାଇଛି । ଏଥିନିମିତ୍ତ ଆୟୋଜିତ ସଭାରେ ସବ ଜେଲର ଦଣ୍ଡପାଣି ପାତ୍ର ସଭାପତିତ୍ୱ କରିଥିଲେ । ରାମକୃଷ୍ଣ ମିଶନ ତରଫୁରୁ ସ୍ୱାମୀ ବରାନନ୍ଦ ଓ ପଦ୍ମନାଭ ମହାରଣା ,ଗଞ୍ଜାମ ଜିଲ୍ଲା ଶ୍ରୀଅରବିନ୍ଦ ପାଠଚକ୍ର ତରଫୁରୁ ଶଶଧର ବେହେରା, ପ୍ରାକ୍ତନ ଅଧକ୍ଷ କୃତ୍ତିବାସ ବିଶ୍ୱାଳ, ଇଂ. ରଘୁନାଥ ପଣ୍ଡା ଓ ଗାୟତ୍ରୀ ପରିବାର ତରଫୁରୁ ଡକ୍ଟର ବୃନ୍ଦାବନ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥଲେ । ଅତିଥିମାନେ ସ୍ୱାମୀ ବିବେକାନନ୍ଦ ଓ ଶ୍ରୀଅରବିନ୍ଦଙ୍କ ସ୍ୱାଧୀନତା ସଂଗ୍ରାମରେ ବଳିଷ୍ଠ ଯୋଗଦାନ ସମ୍ବନ୍ଧରେ ଆଲୋକପାତ କରିଥଲେ । ଯୁବ ସମ୍ପ୍ରଦାୟ ଉଭୟ ଦେଶ ପ୍ରେମୀଙ୍କ ଆବେଗ ଭରା ଭାଷଣରେ କିପରି ଅନୁପ୍ରେରିତ ହେଉଥିଲେ ତାଉପରେ ଅତିଥିମାନେ ବିଷଦ ଆଲୋଚନା କରଥିଲେ ।
ଭଞ୍ଜନଗର ସେଣ୍ଟ ଜାଭିଅର ସ୍କୁଲର ଛାତ୍ର ମାନେ ପ୍ରାରମ୍ଭିକ ସଂଗୀତ ଗାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥଲେ । ବଟ କୃଷ୍ଣ ତ୍ରିପାଠୀ ଧନ୍ୟଵାଦ ଦେଇଥିଲା ବେଳେ କେ. ସୁଦର୍ଶନ ଅଚାରୀ ଓ ଜେଲର ଅନ୍ତେବାସୀ ମନେ କାର୍ଯ୍ୟକ୍ରମ ପରିଚାଜନାରେ ସହଯୋହଗ କରିଥିଲେ । ଶ୍ରୀଅରବିନ୍ଦ ଓ ସ୍ୱାମୀବିବେକାନନ୍ଦଙ୍କ ଲିଖିତ ପୁସ୍ତକ ଜେଲର ଅନ୍ତେବାସୀ ମାନଙ୍କୁ ବଣ୍ଟନ କରାଯାଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୮/୨୦୨୨---୯,୧୦ Sakhigopal News,13/8/2022