Breaking News

ବିବାହ ପ୍ରତିଶୃତି ଦେଇ ଯୁବତୀ ସହିତ ଶାରିରୀକ ସମ୍ପର୍କ ; ପରେ ପତାରଣା ଥାନାରେ ଅଭିଯୋଗ

Having sexual intercourse with a young woman with the promise of marriage; He was later charged with felony criminal mischief

ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ଅଭୟମୁଖୀ ରାମଚନ୍ଦ୍ରପୁର ପଞ୍ଚାୟତର ନଡାଖଣ୍ଡ ଗ୍ରାମରେ ଜଣେ ଯୁବତୀ ସହିତ ସେହି ଗ୍ରାମର ସନାତନ ପ୍ରଧାନ( ବଣୁଆ) ଯୁବତୀ ଜଣଙ୍କୁ ବିବାହ ପ୍ରତିଶୃୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲା । ଏ ସମ୍ପର୍କରେ ଯୁବତୀ ଜଣଙ୍କର ମା ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ଝିଅକୁ ବିବାହ କଥା କହି ଘରେ ଥିବା ଲକ୍ଷେ ଟଙ୍କା ନେଇ ଯାଇଛି । ଗତ ୨ ତାରିଖ ଦିନ ସନାତନ ଯୁବତୀଙ୍କୁ ଡକାଇ ଶାରିରୀକ ସମ୍ପର୍କ ରଖିଥିଲେ । ସେହିଦିନ ୫ଟା ସମୟରେ ଝିଅ ପୁଅ ଘରେ ଯାଇ ବସିବାରୁ ସନାତନର ବାପା, ମା ଓ ବଡଭାଉଜ  ଅସ୍ୟଭ ଭାଷାରେ ଗାଳି ମନ୍ଦ କରିବା ସହ ଜୀବନରେ ମାରି ଦେବାରୁ ଧମକ ଦେଇଥିଲେ । ଏହି ଘଟଣାକୁ ନେଇ ଗ୍ରାମରେ ଏକ ଆପୋଷ ବୁଝାମଣା ଚାଲିଥିବା ବେଳେ ସଦାତନର ବାପା ପ୍ରହଲ୍ଲାଦ ପ୍ରଧାନ ବକାବନା କରି ଉଠି ପଲାଇଥିଲେ । ଶେଷରେ ନ୍ୟାୟ ପାଇଁ ଯୁବତୀର ମା ଥାନାରେ ଜଣାଇଥିଲେ । ତାଙ୍କ ଅଭିଯୋଗକୁ ଗ୍ରହଣ କରିସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ୧୭୦/୨୨ରେ ଏକ କେସରୁଜ କରି ସନାତନ ଓରଫ ବଣୁଆ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।   ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୬/୨୦୨୨---୫,୪୫

Blog Archive

Popular Posts