ବିଶ୍ୱ ପରିବେଶ ଦିବସରେ ବୃକ୍ଷ ରୋପଣ
Tree planting on World Environment Day
ସାକ୍ଷୀଗୋପାଳ-----ସତ୍ୟବାଦୀ ସେବା ଟ୍ରଷ୍ଟ ପକ୍ଷରୁ ବିଶ୍ୱ ପରିବେଶ ଦିବସରେ ବୃକ୍ଷ ରୋପଣର କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ୩୧୬ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ ତହସିଲ କାର୍ଯ୍ୟାଳୟକୁ ଯିବା ରାସ୍ତାରେ ସେବା ଟ୍ରଷ୍ଟର ସମ୍ପାଦକ ଶୁସାନ୍ତ କୁମାର ରଥ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏକ ବରଗଛ ରୋପଣ କରିବା ସହ ବୃକ୍ଷ ହିଁ ଜୀବନ, ବୃକ୍ଷ ହିଁ ଆମର ବନ୍ଧୁ ବୋଲି ସ୍କୋଗନ ଦେଇଥିଲେ । ଏପରିକି ତାଙ୍କର କୁନି ପୁତ୍ର ସ୍ୱୟଂ ପ୍ରକାଶ ରଥକୁ ସବୁ ସମୟରେ ସାଙ୍ଗରେ ଧରି ବୃକ୍ଷ ରୋପଣ କରିଥାନ୍ତି । ଛୋଟ ପିଲା ବେଳୁ ସେ ପରିବେଶ ବିତ୍ତି ପାଇଁ ଚିନ୍ତା କରିବା ବୃକ୍ଷ ରୋପଣ କରିବା ପାଇଁ କହୁଛନ୍ତି । ଏହି କାର୍ଯ୍ୟକ୍ରମରେ ରିତା ତ୍ରୀପାଠୀ,ବୁଲା ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୬/୨୦୨୨---୧୦,୪୦