Breaking News

କାର୍ଯ୍ୟରତ ଜି.ଆର୍.ଏସ୍ ଙ୍କୁ ଆକ୍ରମଣ ଥାନାରେ ଏତାଲା ; ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ , ବ୍ଳକ ଆଗରେ ଧାରଣା

Etala at the police station attacking the working GRS; Unions strike in protest.
 
  ଭଞ୍ଜନଗର--- କାର୍ଯ୍ୟରତ ଗ୍ରାମ ରୋଜଗାର ସେବକଙ୍କୁ ଆକ୍ରମଣ ଥାନାରେ ଲିଖିତ ଅଭିଯୋଗ କରାଯିବା ସହ , ସଂପୃକ୍ତ ଅଭିଯୁକ୍ତକୁ ଗିରଫ ଦାବିରେ ବ୍ଳକ୍ କାର୍ଯ୍ୟାଳୟ ଆଗରେ  ଧାରଣା ଦେଲେ ଗ୍ରାମ ରୋଜଗାର ସେବକ ସଂଘ । ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକର  ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟବରପୁର ପଞ୍ଚାୟତର ବିଞ୍ଚଣା ଗ୍ରାମରେ ଏହି ଘଟଣା ଘଟିଥିବା ଜଣାପଡିଛି । ଅଭିଯୋଗ ପ୍ରକାରେ କ୍ଷତ୍ରିୟବରପୁର ପଞ୍ଚାୟତର ଗ୍ରାମ ରୋଜଗାର ସେବକ ସତ୍ୟନାରାୟଣ ପଟ୍ଟନାୟକ  କିଛି ଉନ୍ନୟନ ମୂଳକ କାର୍ଯ୍ୟର ଫଟୋ ଉଠାଇବା ସହ ଜିଓଟେଗ୍ କରିବା ପାଇଁ ବିଞ୍ଚଣା ଗ୍ରାମକୁ ଯାଇଥିଲେ । ସେଠାରେ ନିଜର କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ସେହି ଗ୍ରାମର  ଜଣେ ଯୁବକ ଆସି ସତ୍ୟନାରାୟଣ ଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରି ହତ୍ୟା ଧମକ ଦେଇଥିବା ନେଇ ବେଲଗୁଣ୍ଠା ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ ଜଣାଇଥିଲେ । ଏ ସଂକ୍ରାନ୍ତରେ ଅନୁଧ୍ୟାନ କରିବା ସହ ହୋଇଥିବା ଅଭିଯୋଗ ଆଧାରରେ ବିଡ଼ିଓ ଶଶୀଭୂଷଣ ମହାପାତ୍ର ଗାଙ୍ଗପୁର ଥାନା ରେ ଲିଖିତ ଏତାଲା ଦେଇଥିଲେ । ଏନେଇ ଗାଙ୍ଗପୁର ଥାନା ପୋଲିସ  ୧୭୯/୨୨ ରେ ଏକ ମାମଲା ରୁଜୁ କରିଛି । ଅନ୍ୟପକ୍ଷରେ ଆକ୍ରମଣ ର ଶିକାର ହୋଇଥିବା ଜିଆରଏସ୍ - ସତ୍ୟନାରାୟଣ ଏବଂ ବ୍ଳକ ର ଅନ୍ୟ ଜିଆରଏସ୍ ମାନେ ଏକାଠି ହୋଇ  ସୋମବାର ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡ଼ାକରା ଦେଇ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ରେ ବସିଛନ୍ତି । ଗ୍ରାମ ରୋଜଗାର ସେବକ ଙ୍କୁ ସୁରକ୍ଷା ଓ ଅଭିଯୁକ୍ତ କୁ ଗିରଫ ଦାବିରେ   ଜିଲ୍ଲାର ବିଭିନ୍ନ ବ୍ଳକର ଜିଆରଏସ୍ ମାନେ ଏକାଠି ହୋଇ ପ୍ରତିବାଦରେ ସାମିଲ ହୋଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୫/୨୦୨୨---୫,୧୦  
Sakhigopal News,10/5/2022

Blog Archive

Popular Posts