ମାନ୍ୟବର କୋର୍ଟଙ୍କ ଆଦେଶକୁ ଅବମାନନା କରି ଚର୍ଚ୍ଚାରେ ଜଟଣୀ ତହସିଲଦାର
ଜଟଣୀ--ଜଟଣୀ ତହସିଲଦାର ମାନ୍ୟବର କୋର୍ଟ ଦେଇଥିବା ଆଦେଶକୁ ବୃକ୍ଷେପ ନ କରି ଜାଗା ଦଲାଲ, ଗୁଣ୍ଡା ଓ ଜେସିବି ନେଇ ରାସ୍ତା ଖୋଳିଥିବାର ଜଣାପଡିଛି । ଘଟଣାରୁ ଜଣାପଡେ ଯେ ବଡନୂଆଗାଁ ବିକାଶ ନଗର ଅଞ୍ଚଳର ଶ୍ରଦ୍ଧାଞ୍ଜଳି ସାମଲ ନିଜ ବାସଗୃହ ସମ୍ନା ରାସ୍ତା ଖାତା ନଂ 147/1679 ଓ ପ୍ଲଟ ନଂ 181/561 ର ସମୁଦାୟ ୧୧୧ ଡ଼ିସିମିଲ ରାସ୍ତା ସମ୍ପର୍କରେ ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକଙ୍କ ବିରୁଦ୍ଧରେ ମାନ୍ୟବର ସିଭିଲ ଜର୍ଜ ସିନିୟର ଡିଭିଜନ, ଭୁବନେଶ୍ୱର କୋର୍ଟରେ ଏକ ସିଭିଲ ସୁଟ କରିଛନ୍ତି । ଯାହାର ନଂ ହେଲା 147/2021 ଓ ଆଇଏ ନଂ 1/2021 l ଏଥିନିମନ୍ତେ ମାନ୍ୟବର କୋର୍ଟ ଉକ୍ତ ରାସ୍ତା ଉପରେ ଷ୍ଟାଟସକୋ ଅର୍ଡର ଦେଇଛନ୍ତି । ଫଳରେ ଉକ୍ତ ରାସ୍ତାର ସ୍ଥିତାବସ୍ଥା କେସର ପରିସମାପ୍ତି ପର୍ଯ୍ୟନ୍ତ ସେହିଭଳି ରହିବ । କିନ୍ତୁ ଗତ ୧ ତାରିଖ ଦିନ ପ୍ରାୟ ୧୧ ଟା ସମୟରେ ସୌଭାଗ୍ୟ ଲକ୍ଷ୍ମୀ ପଟ୍ଟନାୟଙ୍କ ସ୍ୱାମୀ ସତ୍ୟନାରାୟଣ ପଟ୍ଟନାୟକ ସାଙ୍ଗରେ ଜାଗା ଦଲାଲ ନିବାସ ଜେନା ଓ ରିତେଶ ପଟ୍ଟନାୟକ ତାଙ୍କ ଗୁଣ୍ଡାମାନଙ୍କ ସହିତ ଜେସିବି (ନଂ :ଓଡି -02 W-୩୩୭ ) ଆଣି ସେହି ରସ୍ତାରେ ପାଚେରୀ ଖୋଳିବାକୁ ନିଅଁ ଖୋଲିଥିଲେ । ଏହାଦେଖି ଶ୍ରଦ୍ଧାଞ୍ଜଳି ସାମଲ ସେମାନଙ୍କୁ ବାରଣ କରିଥିବାରୁ ସେମାନେ ତାଙ୍କୁ ଧମକ ଚମକ ଦେବାସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଥାନା ଓ ତହସିଲ ଆମ ହାତରେ ଆମର କେହି କିଛି କରିପାରିବେ ନାହିଁ ବୋଲି ଅଶ୍ଳୀଳ ଭାଷା ଲଗାଇ କହିଥିଲେ । ପରେ ପରେ ଶ୍ରଦ୍ଧାଞ୍ଜଳି ସାମଲ ଜଟଣୀ ଥାନାରେ ଅଭିଯୋଗ କରିବାପରେ ପୋଲିସ ପକ୍ଷରୁ ଖୋଳା ବନ୍ଦ କରାଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ଗୁଣ୍ଡମାନେ ଆସି ଅନେକଥର ଶ୍ରଦ୍ଧାଞ୍ଜଳି ସାମଲ ଓ ତାଙ୍କ ପରିବାରକୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇଛନ୍ତି ଓ ଦୁର୍ବ୍ୟବହାର କରିଛନ୍ତି । ଏଥିପାଇଁ ପୂର୍ବରୁ ମଧ୍ୟ ଜଟଣୀ ଥାନାରେ ଏତଲା ମାଧ୍ୟମରେ ଅବଗତ କରାଯାଇଛି । ଏଠାରେ ପ୍ରକାଶଯୋଗ୍ୟ ଯେ, ଜଟଣୀ ତହସିଲ ଦ୍ୱାରା ସୌଭାଗ୍ୟଲକ୍ଷ୍ମୀ ଓ ସତ୍ୟନାରାୟଣ ପଟ୍ଟନାୟକ ତାଙ୍କ ଜାଗାର ଦିମାର୍କେସନ କରାଇଥିଲେ । ହେଲେ ପ୍ରଶ୍ନ ଉଠୁଛି ଯେ କୋର୍ଟରେ କେସ ଚାଲିଥିବା ବେଳେ ଓ ଷ୍ଟାଟସକୋ ଅର୍ଡର ଥିବା ବେଳେ ତହସିଲଦାର ତପନ ମହାପାତ୍ର ଶ୍ରଦ୍ଧାଞ୍ଜଳି ସାମଲଙ୍କ ଠାରୁ ଅବଯେକସନ ଚିଠି ଗ୍ରହଣ କରି ମଧ୍ୟ କିପରି ଦିମାର୍କେସନ କରାଇଥିଲେ ତାହା ଏବେ ଆଲୋଚନା ହେଉଛି । ପ୍ରକାଶ ଯୋଗ୍ୟ ଶ୍ରଦ୍ଧାଞ୍ଜଳି ସାମଲ ଓ ତାଙ୍କ ପରିବାର ଏବେ ସମ୍ପୂର୍ଣ ଭୟଭୀତ ଅବସ୍ଥାରେ ଅଛନ୍ତି। ସେମାନେ ରାସ୍ତା ଖୋଳି ଦେଇଥିବାରୁ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ହେଲେ ବଡ ଆଶ୍ଚଯ୍ୟର କଥା କୋର୍ଟରେ କେସ ବିଚାରଧୀନ ଥିବା ଓ ଷ୍ଟାଟସକୋ ଅର୍ଡର ଥିବା ବେଳେ ସେମାନେ ମାନ୍ୟବର କୋର୍ଟଙ୍କ ଆଦେଶକୁ ଅବମାନନା କରି କାହା ସାହସରେ କରୁଛନ୍ତି ଏଭଳି ଅପରାଧୀ କାର୍ଯ୍ୟ, କିଏ ରହିଛି ସେମାନଙ୍କ ପଛରେ!!! ଏଠାରେ ପ୍ରଶ୍ନ ଉଠୁଛି ଯେ ମାନ୍ୟବର କୋର୍ଟ ବଡ଼ ନା ସମ୍ପୂକ୍ତ ଅପରାଧୀମାନେ ବଡ଼ । ଅପରାଧୀମାନେ କେଉଁ ସାହସରେ କରୁଛନ୍ତି ଆଇନର ଅବମାନନା । ଏଣୁ ଶ୍ରଦ୍ଧାଞ୍ଜଳି ସାମଲ ଗତ ତା 6/10/21 ରେ ଇସ୍ପେକ୍ଟର ଇନଚାର୍ଜ ଜଟଣୀ ଥାନା ସମେତ ମୁଖ୍ୟ ବିଚାରପତି ଓଡିଶା ଉଚ୍ଚନ୍ୟାୟାଳୟ କଟକ, ମୁଖ୍ୟମନ୍ତ୍ରୀ ଓଡିଶା, ଅଧକ୍ଷା ରାଜ୍ୟ ମହିଳା କମିଶନ, ହୋମ ସେକ୍ରେଟେରୀ, କମିଶନର ଅଫ ପୋଲିସ, ଡେପୁଟି କମିଶନର ଅଫ ପୋଲିସ, ଜିଲ୍ଲାପାଳ ଖୋର୍ଦ୍ଧାକୁ ଉଚିତ କାର୍ଯ୍ୟାନୁଷ୍ଠାନ ଓ ସୁରକ୍ଷା ନିମନ୍ତେ ପତ୍ର ଲେଖି ଜଣାଇଛନ୍ତି । ନ୍ୟାୟ ପାଇବା ଅପେକ୍ଷାରେ ଶ୍ରଦ୍ଧାଞ୍ଜଳି ସାମଲ ଏବଂ ତାଙ୍କ ପରିବାର ।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୧୦/୨୦୨୧---- ୧୦,୦୦ Sakhigopal News,17/10/2021