ଭାରତ ବିକାଶ ପରିଷଦ ବରଗଡ ଶାଖା ପକ୍ଷରୁ ସାଧାରଣ ସଭା
ବରଗଡ଼---- ଭାରତ ବିକାଶ ପରିଷଦ ବରଗଡ ଶାଖା ପକ୍ଷରୁ ଏକ ସାଧାରଣ ସଭା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ହିନ୍ଦୀ ବିଭାଗ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ସୁରେନ୍ଦ୍ର ମୋହନ ଚାନ୍ଦଙ୍କ ଅଧ୍ୟକ୍ଷତାରେ ପରିଷଦର ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ଶ୍ରୀ ପ୍ରକାଶ କୁମାର ପଟ୍ଟନାୟକ ପରିଷଦର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। ଆସନ୍ତା ଟା-୧୪/୧୧/୨୦୨୧ ରିଖ ଦିନ ଏକ ରକ୍ତଦାନ ଶିବିର ବରଗଡ଼ ଟାଉନ ସରକାରୀ ଡ଼ାକ୍ତରଖାନା ରକ୍ତଭଣ୍ଡାର ଠାରେ ଆୟୋଜିତ କରିବାକୁ ନିଷ୍ପତ୍ତି ନିଆଗଲା ଓ ବରଗଡ଼ ସ୍ୱର୍ଗଦ୍ୱାର ପାଇଁ କାଠ ମିଳୁ ନଥିବାରୁ ସମସ୍ତ ସଭ୍ୟ ଉଦବେଗ ପ୍ରକାଶ କରିଥିଲେ । ଏଥିପାଇଁ ପ୍ରଶାସନ ସହ କଥାବାର୍ତ୍ତା କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରତିମାସ ପରିଷଦ ତରଫରୁ କୌଣସି ନା କୌଣସି ସେବା କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି।ଶେଷରେ ପରିଷଦର ବରିଷ୍ଠ ସଦସ୍ୟ ପ୍ରଫେସର ଅମରେନ୍ଦ୍ର ନାରାୟଣ ୟାଦବ ପରିଷଦର କାର୍ଯ୍ୟକୁ ତୀବ୍ରତର କରିବା ପାଇଁ ଆହ୍ବାନ ଦେଇଥିଲେ ଓ ପରିଷଦର ସଙ୍ଗଠନ ସମ୍ପାଦକ ଶ୍ରୀ ରାଜେନ୍ଦ୍ର ହୋତା ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୮/୧୦/୨୦୨୧----୧୦,୩୦ Sakhigopal News,18/10/2021