Breaking News

କଣାସରୋଡ ରେଳ ଷ୍ଟେସନ ଠାରେ ରେଳରୋକ


 ଡେଲାଙ୍ଗ ---- ପୁରୀ -ଖୋର୍ଦ୍ଧାରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତିୀ କଣାସରୋଡ ଠାରେ ଏ, ଆଇ, କେ,ଏମ ସଂଗଠନ ପକ୍ଷରୁ ରେଳରୋକ କରାଯାଇଥିଲା । ଖୋର୍ଦ୍ଧାରୋଡ ଠାରୁ ଉତ୍କଳ ଏକ୍ସପ୍ରେସ ଟ୍ରେନ ଛଡିବା ପରେ କଣାସ ଠାରେ ପ୍ରାୟ ୧୦ଟା ଠାରୁ ୧୧.୩୦ ପର୍ଯ୍ୟନ୍ତ ସଂଗଠନର ନେତା ଅଶୋକ ପ୍ରଧାନ ଓ କିଷାନ ପଟ୍ଟନାୟକଙ୍କ ନେତୃତ୍ୱରେ କର୍ମୀ ମାନେ ହାତରେ ପ୍ଳାକର୍ଡ ଧରି ଟ୍ରେନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଚାଷୀ ମାନଙ୍କୁ ହତ୍ୟା ରେ ଜଡିତ ଥିବା  ମନ୍ତ୍ରୀ ଓ ଅନ୍ୟ ମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ବିଭିନ୍ନ ଦାବୀ ନେଇ ରୋଳ ରୋକ ଡାକରା ଦିଆଯାଇଥିଲା । ଏହାକୁ ସଫଳ କରିବା ପାଇଁ କଣାସ ରୋଡ ଠାରେ ରୋଳରୋକ କରାଯାଇଥିଲା । ପରେ ପରେ ରେଳ ବିଭାଗର ପୋଲିସଙ୍କ ହସ୍ତକ୍ଷେପ ପରେ ରୋଳରୋକ ହଟିଥିଲା । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୮/୧୦/୨୦୨୧----୭,୧୫ 

Sakhigopal News , 18/10/2021

Blog Archive

Popular Posts